ଅନ୍ୟାନ୍ୟ

ରାଜଧାନୀରେ ଅଙ୍ଗନୱାଡ଼ି କର୍ମୀଙ୍କ ବିଶାଳ ରାଲି

ଭୁବନେଶ୍ୱର, ୦୩ /୦୧/୨୦୨୩ –  ଭୁବନେଶ୍ୱରରେ ଗର୍ଜିଲେ ହଜାର ହଜାର ଅଙ୍ଗନୱାଡ଼ି କର୍ମୀ । ଆଜିକୁ ୪୬ ଦିନ ହେଲା ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଥିଲେ ବି ସରକାରଙ୍କ ପକ୍ଷରୁ କୌଣସି ଲିଖିତ ପ୍ରତିଶ୍ରୁତି ପାଇ ନ ଥିଲେ । ଯାହାକୁ ନେଇ ତାତିଥିଲେ ଆନ୍ଦୋଳନରତ ଅଙ୍ଗନୱାଡ଼ି କର୍ମୀ । ମଙ୍ଗଳବାର ନିଜର ୮ ଦଫା ଦାବିନେଇ ପିଏମଜି ଛକରୁ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଏକ ବିରାଟ ରାଲିରେ ନବୀନ ନିବାସ ଅଭିମୁଖେ ଯାଇଥିଲେ ।

 

ତେବେ ରାଜମହଲ ଛକଠାରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି ଆନ୍ଦୋଳନକାରୀଙ୍କ ସଂଖ୍ୟା ଏତେ ଥିଲା ଯେ, ରାଜମହଲ ଛକର ଦୁଇପଟ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା । ତେବେ ଏକ ୮ ଜଣିଆ ପ୍ରତିନିଧି ଦଳକୁ ସେଠାରୁ ଆଲୋଚନା ପାଇଁ ନବୀନ ନିବାସ ଯାଇଛନ୍ତି । ବିଭିନ୍ନ ବର୍ଗର ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି, ସରକାରୀ ଚାକିରି ମାନ୍ୟତା, ୬ ଜଣ ନିଲମ୍ବିତ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com