ଅନ୍ୟାନ୍ୟ

ଅବଦୁର ରହେମାନକୁ ଜେଲ୍ ଦଣ୍ଡ

ଭୁବନେଶ୍ୱର,୧୪/୦୨/୨୦୨୩ –   ଅବଦୁର ରହେମାନକୁ କାରାଦଣ୍ଡ । ଅଲ୍ କଏଦା ସଙ୍ଗଠନ ସମ୍ପୃକ୍ତି ଅଭିଯୋଗରେ ମଙ୍ଗଳବାର ତାକୁ ଦଣ୍ଡାଦେଶ ଶୁଣାଯାଇଛି । ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି । ଏହା ସହିତ ରହେମାନର ଆଉ ତିନି ଜଣ ସାଥୀ ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମିଙ୍କୁ ସମାନ ଦଣ୍ଡ ମିଳିଛି । ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଜଣ ଖସି ଯାଇଛନ୍ତିି । ୧୦ ହଜାର ଟଙ୍କା ଲେଖାଏଁ ପର୍ସନାଲ ବଣ୍ଡରେ ଖଲାସ କରିଛି କୋର୍ଟ ।

୨୦୧୫ ମସିହାରେ ଦିଲ୍ଲୀର ସ୍ୱତନ୍ତ୍ର ପୁଲିସ ଦଳ କମିଶନରେଟ୍ ପୁଲିସ ସହାୟତାରେ ଜଗତପୁର ଥାନା ଅଞ୍ଚଳରୁ ରହେମାନ ଗିରଫ କରା ଯାଇଥିଲା । ଓଡିଶା ଲିଙ୍କ ପାଇଁ କ୍ରାଇମବ୍ରାଞ୍ଚ ତାକୁ ଦୁଇଟି ପର୍ଯ୍ୟାୟରେ ୧୭ ଥର ରିମାଣ୍ଡରେ ନେଇଥିଲା । ରହେମାନକୁ ଦିଲ୍ଲୀ ପୋଲିସ ସହ ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟର ପୋଲିସମାନେ ମଧ୍ୟ ଜେରା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com