ଅନ୍ୟାନ୍ୟ

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ

 ଭୁବନେଶ୍ୱର , ୧୮/୧୧/୨୦୨୨-   ପୁଣି ଓଡିଶାରେ ହେବ ବର୍ଷା । ସାରା ଓଡିଶାରେ ନହେଲେ ବି ରାଜ୍ୟର ୬ ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଏହି ସମୟରେ ବିଜୁଠି ସହ ଘଡଘଡି ମାରିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ କରାଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘୂର୍ଣ୍ଣିବଳୟରେ ପରିଣତ ହୋଇଥିବାରୁ ଏହା ପ୍ରଭାବରେ ଓଡିଶାରେ ପାଗ ପରିବର୍ତ୍ତନ ହେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଏହି ଲଘୁଚାପ ଏବେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୁତ ହୋଇ ଅବପାତର ପରିଣତ ହେବ ।

ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖ ରୁ ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟରେ ବିଜୁଳି ଘଡିଘଡି ସହ ବର୍ଷା ହେବା । ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ପାଗ ଶୁଖିଲା ରହିବ । ବାକି ଓଡ଼ିଶାରେ ପାଗ ଶୁଖିଲା ରହିବ । ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ । ଆସନ୍ତା ୪ ଦିନ ପର‌୍ୟ୍ୟନ୍ତ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର‌୍ୟ୍ୟନ୍ତ ପାରଦ କମିବ । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ରାୟଗଡାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।

ଇତି ମଧ୍ୟରେ ପୂର୍ବାପେକ୍ଷା ବହୁ ସ୍ଥାନରେ ଶୀତର ପ୍ରକୋପ ବଢିଛି । କୋରାପୁଟର ଶିମିଳିଗୁଡାରେ ସର୍ବନିମ୍ନ ୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳର ଜି.ଉଦୟଗିରିରେ ୮.୨ ଡିଗ୍ରୀ, ଦାରିଙ୍ଗବାଡିରେ ୧୦ ଡିଗ୍ରୀ, କୋରାପୁଟରେ ୧୦.୫ଡିଗ୍ରୀ, ଫୁଲବାଣୀରେ ୧୧ ଡିଗ୍ରୀ, ତାପମାତ୍ରା ରେକର୍ଡ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com