ଅନ୍ୟାନ୍ୟ

ସମ୍ପନ୍ନ ହେଲା ନବ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର, ୩୦ /୦୧/୨୦୨୩ –   ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହିନ୍ଦୁ ନୀତି ନିୟମ ଅନୁସାରେ ନବଙ୍କ ପୁଅ ବିଶାଲ ବାପାଙ୍କୁ ମୁଖାଗ୍ନି ଦେଇଥିଲେ । ହଜାର ହଜାର ସଂଖ୍ୟାରେ ପ୍ରଶଂସକଙ୍କ ସମେତ ସମସ୍ତ ଦଳର ନେତା ଓ ପ୍ରିୟଜନ ତୋପ ସଲାମୀ ଦିଆଯିବା ସମୟରେ ନବ ଦାସ ଅମର ରହେ ଶବ୍ଦରେ ଖେରୁଆଳ ଅଞ୍ଚଳ ପ୍ରକମ୍ପିତ କରୁଥିଲେ ।

ଏହି ସମୟରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ଉପସ୍ଥିତ ରହିଥିଲେ । ଏଥି ସହିତ ବିଜେଡିର ବହୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି । ଚାରିଆଡେ ଖାଲି ଶୋକର ଛାୟା, ନବ ଦାସଙ୍କୁ ଝୁରୁଛି ଝାରସୁଗୁଡା । ଛଳଛଳ ଆଖିରେ ନିଜ ନେତାଙ୍କୁ ବିଦାୟ ଦେଇଛନ୍ତି ଜନତା । ଜନ୍ମମାଟି ଖେରୁଆଲରେ ନବ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com