ଅନ୍ୟାନ୍ୟ

ମହାକାଳପଡ଼ାରେ ଛାତ୍ରୀଙ୍କ ଆତ୍ମହତ୍ୟା

ମହାକାଳପଡ଼ା, ୩୧ /୦୧/୨୦୨୩ –    କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଶିଖର ଗ୍ରାମରେ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ବଳିପାଳ ଗ୍ରାମର ନରହରି ଦାସଙ୍କ ଝିଅ ନନ୍ଦିନୀ ଦାସ । ସେ ଶିଖର ଗ୍ରାମରେ ଭଡ଼ାଘରେ ରହି ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟରେ +୨ ବିଜ୍ଞାନ ଦ୍ଵିତୀୟ ବର୍ଷରେ ପଢ଼ୁଥିଲେ ।

ନନ୍ଦିନୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏନେଇ ପରିବାର ଲୋକେ ମହାକାଳପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ  କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତ୍ୟୁର ସଠିକ୍ କାରଣ ଜଣା ପଡ଼ିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com