ଅନ୍ୟାନ୍ୟ

ବଢ଼ିବାରେ ଲାଗିଛି ଚୀନ-ତାଇଓ୍ୱାନ ଯୁଦ୍ଧ ଆଶଙ୍କା

ବେଞ୍ଜିଙ୍ଗ, ୦୪/୦୮/୨୦୨୨ – ତାଇଓ୍ୱାନ ବିରୁଦ୍ଧରେ ଜୋରଦାର ଯୁଦ୍ଧ ପ୍ରସ୍ତୁତି ଚଳାଇଛି ଚୀନ । ଆମେରିକା ବାଚସ୍ପତି ନାନସି ପେଲୋସି ତାଇଓ୍ୱାନ ଗ୍ରସ୍ତ କରିବା ପରେ ଚୀନ ଅଧିକ କ୍ଷୁବ୍ଧ ହୋଇ ଉଠିଛି । ତାଇଓ୍ୱାନ ସୀମାରେ ପିପୁଲ୍ସ ଲିବରେସନ ଆର୍ମି  ନୌସେନା ପକ୍ଷରୁ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଜବାବରେ ଆମେରିକା ମଧ୍ୟ ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧଜାହାଜ USS ରୋନାଲଡ ରେଗାନ CVN-76, USS ତ୍ରିପୋଲି, USS ଆମେରିକା LHA-6 ଓ USS ଏସେକ୍ସ ଯୁଦ୍ଧଜାହାଜ ମୁତୟନ କରିଛି । ମଙ୍ଗଳବାର ତାଇଓ୍ୱାନ ଏୟାର ଡିଫେନ୍ସ ଜୋନରେ ଚୀନର ୨୭ଟି ବିମାନ ପ୍ରବେଶ କରିବା ପରେ ତାଇଓ୍ୱାନ ମଧ୍ୟ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ତାଇପେଇ ସମେତ ୬ଟି ପ୍ରମୁଖ ବନ୍ଦରକୁ କବଜା କରିବା ଲାଗି ଚୀନ ଲକ୍ଷ୍ୟ ରଖିଛି । ଏହି ବନ୍ଦରଗୁଡିକରୁ ପ୍ରତିବର୍ଷ ୩୦୦୦ ଜାହାଜରେ ସାର, ତେଲ, ଖାଦ୍ୟ, ଆଲୁମିନିୟମ, ଚିନି, ଚାଉଳ ଆଦି ରପ୍ତାନି ହୋଇଥାଏ । ସମ୍ଭାବ୍ୟ ଆକ୍ରମଣ ପରିପ୍ରେକ୍ଷୀରେ ଚୀନକୁ ଟକ୍କର ଦେବା ଲାଗି ଚାଲିଛି ସମସ୍ତ ପ୍ରସ୍ତୁତି ।

Related Articles

Back to top button
WP Twitter Auto Publish Powered By : XYZScripts.com