ଅନ୍ୟାନ୍ୟ

ଆଜି ବିଶ୍ଵ ମ୍ୟାଲେରିଆ ଦିବସ

ଚଳିତ ବର୍ଷର ବିଷୟବସ୍ତୁ - ଟାଇମ ଟୁ ଡେଲିଭର ଜିରୋ ମ୍ୟାଲେରିଆ

ଭୁବନେଶ୍ୱର, ୨୫/୦୪/୨୦୨୩ –    ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ । ପ୍ରତିବର୍ଷ ଏପ୍ରିଲ ୨୫କୁ ବିଶ୍ଵ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଉଛି । ତେବେ ଚଳିତ ବର୍ଷ ମ୍ୟାଲେରିଆ ଦିବସର ବିଷୟବସ୍ତୁ ରହିଛି ଟାଇମ ଟୁ ଡେଲିଭର ଜିରୋ ମ୍ୟାଲେରିଆ । ଏହି ମ୍ୟାଲେରିଆ ଅଦ୍ୟାବଧି ୧୦୦ ପାଖାପାଖି ଦେଶରେ ବ୍ୟାପୁଛି ଏବଂ ପ୍ରତିବର୍ଷ ଏଥିରେ ୯ ଲକ୍ଷ ଲୋକଙ୍କ ଜୀବନ ଯାଉଛି ।

ତେଣୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉଭୟ ଅର୍ଥନିବେଶ ଏବଂ ରାଜନୈତିକ ଇଚ୍ଛାଶକ୍ତିକୁ ପ୍ରୋତ୍ସାହନ ଦେବାକୁ ଗୁରୁତ୍ୱାରୋପ କରୁଛି । ତେବେ ପୂର୍ବରୁ ଆଫ୍ରିକା ଦେଶରେ ଏହି ରୋଗ ବେଶୀ ଦେଖାଯାଉଥିବାରୁ ପ୍ରଥମେ ସେଠାରେ ୨୦୦୨ ମସିହା ଏପ୍ରିଲ ୨୫ ତାରିଖକୁ ଆଫ୍ରିକା ମ୍ୟାଲେରିଆ ଦିବସ ରୂପେ ପାଳନ କରାଯାଉଥିଲା । ମାତ୍ର ପରେ ୨୦୦୭ରେ ହୁର ୬୦ ତମ ଅଧିବେଶନରେ ବିଶ୍ୱବ୍ୟାପୀ ଏହି ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏପ୍ରିଲ ୨୫ କୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com