ଅନ୍ୟାନ୍ୟ

ପ୍ରେମ ପାଇଁ ଜୀବନ ଗଲା ! ସ୍ୱାମୀ-ସ୍ତ୍ରୀକୁ ଗିରଫ କଲା ବାଲେଶ୍ୱର ପୋଲିସ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଖାନନଗର ଅଞ୍ଚଳରୁ ଗତ ଶନିବାର ଦିନ ଏକ ମୁଣ୍ଡ ବିହୀନ ଶବ ଜବତ କରିଥିଲା ପୋଲିସ। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି ଉକ୍ତ ଶରୀରର ମୁଣ୍ଡ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରୁ ଜବତ ହୋଇଛି। ଏହି ଘଟଣାରେ ଦୁଇ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାର ଯୁବକ ଶ୍ରୀଧର ଦଳବେହେରା, ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକ ଗତ କିଛିମାସ ହେଲା ବାଲେଶ୍ବର ସଦର ଥାନା ଖାନନଗର ଅଞ୍ଚଳରେ ରହୁଥିଲେ । ଏହି ସମୟରେ ଶ୍ରୀଧର ଓ ସୁମିତ୍ରାଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ସମ୍ପର୍କ ଏତେବାଟ ଚାଲି ଯାଇଥିଲା ଯେ, ଉଭୟ ପରସ୍ପର ସାଙ୍ଗରେ ରହିବାକୁ ନିଷ୍ପତି ନେଇଥିଲେ। ସେପଟେ ଦୁହିଁଙ୍କର ପ୍ରେମସମ୍ପର୍କ ବିଷୟରେ ସ୍ୱାମୀ ଫକୀର ଜାଣିବା ପରେ ସେ ନିଜ ଗାଁକୁ ପଳାଇଥିଲେ। ଗତ ୫ ତାରିଖ ସୁମିତ୍ରାଙ୍କୁ ଶ୍ରୀଧର କୌଣସି କାରଣରୁ ପ୍ରବଳ ମାଡ଼ ମାରିଥିଲେ। ୬ ତାରିଖରେ ଶ୍ରୀଧର ଶୋଇଥିବା ବେଳେ ସୁମିତ୍ରା ଏକ ଟାଙ୍ଗିଆରେ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇ ସ୍ୱାମୀ ଫକୀରକୁ ଫୋନ ଯୋଗେ ଜଣାଇଥିଲା। ଏହା ଖବର ପାଇ ସ୍ୱାମୀ ଫକୀର ନୟାଗଡରୁ ବାଲେଶ୍ଵର ଆସିଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ମିଶି ଶ୍ରୀଧରଙ୍କ ମୁଣ୍ଡ ବିହୀନ ଶରୀରକୁ ଅନାବନା ଅଞ୍ଚଳରେ ଫିଙ୍ଗି ଦେବା ସହ ସ୍ୱାମୀ ଫକୀର କଟାମୁଣ୍ଡକୁ ନେଇ ଛତାବର ନିକଟରେ ନିର୍ମାଣ ଧୀନ ଏକ ପୋଲ ନିକଟରେ ଫିଙ୍ଗିଥିଲା। ୧୨ ତାରିଖରେ ଶ୍ରୀଧରଙ୍କ ମୁଣ୍ଡ ବିହୀନ ଗଳିତ ମୃତଦେହ ଠାବ ହେବାପରେ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଏହାର ତଦନ୍ତ ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com