ଅନ୍ୟାନ୍ୟ

ଓଡ଼ିଶାରେ ଜି-୨୦ ସମ୍ମିଳନୀ

ଭୁବନେଶ୍ୱର, ୧୫/୦୫/୨୦୨୩ –   ସଂସ୍କୃତି ମାଧ୍ୟମରେ ପରସ୍ପରକୁ ଯୋଡିବା ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଜି-୨୦ ସମ୍ମିଳନୀ । ଏହି କ୍ରମରେ ଜି-୨୦ ପ୍ରତିନିଧି ମଣ୍ଡଳୀର‌ ଦ୍ବିତୀୟ ସାଂସ୍କୃତିକ ବୈଠକ ପୁରୀ ବେଳାଭୂମିରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡି, ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ୍ ମେଘୱଲ ଯୋଗଦେଇ ଏହାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ।

ସେହିପରି ଜି-୨୦ ସମ୍ମିଳନୀକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ନିଜ କଳାକୁ ପ୍ରଦର୍ଶିତ କରିଥିଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଦ୍ବାରା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ସମନ୍ବୟକୁ ନେଇ କରାଯାଇଥିବା ବାଲୁକା କଳାକୁ ଦୁଇ ମନ୍ତ୍ରୀଙ୍କ ସମେତ ଜି-୨୦ର ପ୍ରତିନିଧି ଦଳ ବୁଲି ଦେଖିଥିଲେ । ଏହାପରେ ସୁନ୍ଦର ବାଲୁକା କଳା ନିର୍ମାଣ କରିବା ନେଇ ସୁଦର୍ଶନଙ୍କୁ ବେଶ୍ ପ୍ରଶଂସା କରିବା ସହ ପୁରସ୍କୃତ କରିଥିଲେ । ଏଥିସହିତ ଏଥିରେ ଯୋଗଦାନ ରଖିଥିବା ଯୁବତୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ସେହିଭଳି ଆଜି ଭୁବନେଶ୍ବରରେ ଦ୍ଵିତୀୟ ଜି – ୨୦ ସାଂସ୍କୃତିକ ବୈଠକକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସାଂସ୍କୃତିକ ବିଭବ, ସମନ୍ଵୟର ପ୍ରତ୍ୟେକଟି ଦିଗ ସମ୍ପର୍କରେ ଆଲୋଚନା କରାଯାଇ ଏକ ସନ୍ଦର୍ଭ ପ୍ରସ୍ତୁତ କରାଯିବ । ଦେଶ ଓ ରାଜ୍ୟର ସଂସ୍କୃତି ସମ୍ପର୍କରେ ଜି-୨୦ ପ୍ରତିନିଧି ମଣ୍ଡଳୀର ସଦସ୍ୟ ଅବଗତ ହୋଇଛନ୍ତି । ତେଣୁ ବର୍ତ୍ତମାନ ଓଡିଶାରେ ଚାଲିଥିବା ଏହି ବୈଠକରୁ ରାଜ୍ୟକୁ ଅନେକ ଲାଭ ମିଳିବ ବୋଲି ଆଶା କରାଯାଉଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବାରାଣସୀରେ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com