ଅନ୍ୟାନ୍ୟ

ସାମନ୍ତିଆପଲି ବନାଞ୍ଚଳରେ ମାତିଛନ୍ତି ଚୋରା କାଠ ମାଫିଆ

ବ୍ରହ୍ମପୁର, ୨୬/୦୯/୨୦୨୨ –   ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବହୁମୂଲ୍ୟର ଶାଗୁଆନ କାଠ ଚୋରା ଚାଲାଣ ବେଳେ ଜରଡା ଥାନା ପୋଲିସ ପକ୍ଷରୁ ସେମାନଙ୍କୁ କାବୁ କରାଯାଇଛି । ଏକ ଆନ୍ଧ୍ର ରେଜିଷ୍ଟ୍ରେସନ ଟ୍ରାକ୍ଟର ସହ ଚାରି ଜଣ ଚୋରକାଠ ଚାଲାଣକାରୀଙ୍କୁ ପୋଲିସ ସାମନ୍ତିଆପଲ୍ଲି ବନ୍ୟାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ଶନିବାର ଦିନ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ବାଦପୁର ଅଞ୍ଚଳରୁ ବହୁମୁଲ୍ୟ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ମହେନ୍ଦ୍ରା ଟ୍ରାକ୍ଟର ନଂ – ଏପି ୩୯ ଟିଟି ୩୫୦୩ ରେ ଜରଡା ଦେଇ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ଜରଡ଼ା ପୋଲିସ ଉକ୍ତ ଟ୍ରାକ୍ଟରକୁ ଜରଡା ଆଖପାଖ ଅଞ୍ଚଳରେ କାବୁ କରିଥିଲା ।

ଜରଡା ପୋଲିସ ଉକ୍ତ କାଠ ବୋଝେଇ ଟ୍ରାକ୍ଟର ସହ ଚାରି ଜଣ ଅଭିଯୁକ୍ତଙ୍କୁ ସାମନ୍ତିଆପଲ୍ଲି ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ସୂଚନା ରହିଅଛି । ଅଭିଯୁକ୍ତ ଚାରି ଜଣ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ମାଦୁ ଜାନକୀ ରାଓ , ସାଡି ଜଗନ୍ନାଥ ରେଡ୍ଡୀ, ବାଦ୍ରି ତାରାକେଶ, ଏବଂ ବୋଟା ମୀନା ରାଓ ବୋଲି ଜଣାପଡିଛି । ଏଥି ସହିତ ଦୁଇଟି ମୋଟର ସାଇକେଲରେ ଏପି ୩୦ ଏବି ୯୫୪୧ ହିରୋ ଗ୍ଳାମର ଓ ଏପି ୩୦ ଏପି ୯୮୭୯ ହିରୋ ଡିଲକ୍ସ ବାଇକ୍ ଜବତ କରିଥିବା ବେଳେ ଜବତ ହୋଇଥିବା ୨୨ ଟି କାଠଗଣ୍ଡିର ପରିମାଣ ଆନୁମାନିକ ୫୧.୧୩ ସିଏଫଟି ବୋଲି ଜଣାପଡିଛି ।

ଗିରଫ ଚାରି ଅଭିଯୁକ୍ତଙ୍କ ବିରୁଦ୍ଧରେ ରବିବାର ଦିନ କେସ୍ ନଂ ୧୯୧. ୨୨/୨୩ ରେ ଏକ ମାମଲା ରୁଜୁ କରିବା ସହ ବିଭାଗ ପକ୍ଷରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସମନ୍ତିଆ ପଲ୍ଲୀ ରେଞ୍ଜର ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com