ଅନ୍ୟାନ୍ୟ

ବ୍ରହ୍ମପୁର ଦୀପିକା-ଦିନେଶ ମାମଲା: ଥାନାକୁ ଗଲେ ଦିନେଶଙ୍କ ବାପା-ମାଆ

ବ୍ରହ୍ମପୁର, ୦୭ /୧୦/୨୦୨୨-   ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେଇଥିବା ଦୀପିକାଙ୍କ ସହ ଗତକାଲି ଦିନେଶଙ୍କ ବାପା-ମାଆଙ୍କ ପାଟିତୁଣ୍ଡ ହୋଲିଥିଲା ।  ଦୁଆର ମୁହଁରେ ବସିଥିବା ଦୀପିକାଙ୍କୁ ଦିନେଶଙ୍କ ବାପା ମା’  ଟଣାଟଣି  କରିବା ସହ ତାଙ୍କ ବେକ ଚିପି ଦେବାକୁ ଦିନେଶଙ୍କ ମା’ ଉଦ୍ୟମ କରିଥିଲେ । ସେ ପକାଇଥିବା ପାଲକୁ ମଧ୍ୟ ଚିରି ଦେଇଥିଲେ । ଏ ନେଇ ଦୀପିକା ବ୍ରହ୍ମପୁର ବଡବଜାର ଥାନାରେ ଏତଲା ଦେଇଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ଦିନେଶଙ୍କ ବାପା କେ. ଦିଲ୍ଲୀପ କୁମାର ଓ ମାଆ କେ ବିଟାଶ୍ରୀଙ୍କ ସହ ଦୀପିକାଙ୍କୁ ଥାନାକୁ ନେବା ସହ ଦୀପିକାଙ୍କର ମଧ୍ୟ ମଡିକାଲ ଚେକ ଅପ କରାଇଛି । ଦୀପିକା ଦିନେଶଙ୍କ ଘର ଦୁଆରେ ୬୬ ଦିନ ହେଲା ନ୍ୟାୟ ପାଇଁ ବସିଥିବାବେଳେ ତାଙ୍କ ଘର ଲୋକ ନ ଥିଲେ । ହେଲେ ଗତକାଲି ପରିବାର ଲୋକେ ଆସିବା ପରେ ଦୀପିକାଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥଲା । ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ବୋଲି କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com