ଅନ୍ୟାନ୍ୟ

ମଧ୍ୟପ୍ରଦେଶରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା : ୧ମୃତ

ରିବା, ୦୬/୦୧/୨୦୨୩-   ମନ୍ଦିରରେ ଧକ୍କା ହେଲା ପ୍ରଶିକ୍ଷଣ ବିମାନ । ମଧ୍ୟପ୍ରଦେଶର ରିବା ଜିଲ୍ଲାର ଚୋରହଟା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ବିମାନ ଦୁର୍ଘଟଣା ହୋଇଛି । ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର ବୋଲି ଜଣାପଡ଼ିଛି । ଟ୍ରେନିଂ ବେଳେ ଏକ ମନ୍ଦିରର ଉପରି ଭାଗରେ ବିମାନ ମାଡ଼ ହୋଇ ଯାଇଥଲା  । ଦୁର୍ଘଟଣାରେ ବିମାନ ଖଣ୍ଡବିଖଣ୍ଡିତ ହେବା ସହ ଜଣେ ପାଇଲଟ୍‌ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି । ଖରାପ ପାଣିପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com