ଅନ୍ୟାନ୍ୟ

୧୨ ଘଣ୍ଟା ପରେ ବି ଲିଭୁନି ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ

୧୨ ଘଣ୍ଟା ପରେ ବି ଲିଭୁନି ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ । ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପିବା ପରେ ୨ୟ ମହଲାରେ ଥିବା ବ୍ୟାଙ୍କ ଓ ସମ୍ରାଟ ଫ୍ୟାଶନକୁ ନିଆଁ ବ୍ୟାପିଛି।ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ହେଲା ନିୟୋଜିତ । ଯଦିଓ କୌଣସି ଜୀବନ ହାନି ହୋଇନାହିଁ। କିନ୍ତୁ ଧୀରେ ଧୀରେ ବିପଦଶଙ୍କୁଳ ହେଉଛି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ କୋଠା ।ନିଆଁର ଉତ୍ତାପ ଏତେ ମାତ୍ରାରେ ରହିଛି ଭିତରକୁ ନିଆଁଲିଭା ଟିମକୁ ଯିବାପାଇଁ ନାକେଦମ ହେବାକୁ ପଡୁଛି ।

ସେପଟେ ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ଏବେବି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଲାଗିଛନ୍ତି। ନିଆଁ ଲିଭା ବେଳେ ୩ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ନିଆଁ ଏତେ ଜୋରରେ ବ୍ୟାପିଛି ଯେ, ଦୂରରୁ ଶ୍ରୀମନ୍ଦିର ମଧ୍ୟ ଦୃଶ୍ୟମାନ ହେଉନି।ରାସ୍ତା ସଂକୀର୍ଣ୍ଣ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ଅସୁବିଧା ହେଉଥିବା ଜଣାପଡ଼ିଛି।

ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଡ୍ରେସ୍ ଦୋକନରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଅନ୍ୟ ଦୋକାନକୁ ଏହା ବ୍ୟାପିଥିଲା। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ସେପଟେ ନିଆଁ ଲାଗିଥିବା ସମ୍ରାଟ୍ ହୋଟେଲରେ ୧୦୦ରୁ ଅଧିକ ପର୍ଯ୍ୟଟକ ଥିଲେ ମଧ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପୁରୀ ଏସ୍‌ପି ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com