ଅନ୍ୟାନ୍ୟ

ଗୃହଛାଡି ଚାଲିଗଲେ ରାଜ୍ୟପାଳ

ଚେନ୍ନାଇ, ୦୯/୦୧/୨୦୨୩ –  ଗୃହଛାଡି ଉଠିଗଲେ ରାଜ୍ୟପାଳ । ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁରେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟପାଳ ଆର.ଏନ ରବି ବିଧାନସଭାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଅଭିଭାଷଣରେ ‘ଦ୍ରାବିଡିଆନ ମେଡେଲ’ ଭଳି କିଛି ଶବ୍ଦକୁ ଛାଡି ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟପାଳଙ୍କ ଦ୍ୱାରା ପଢା ଯାଇଥିବା ଅଭିଭାଷଣକୁ ରେକର୍ଡରୁ ହଟାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା ବହୁମତରେ ପାରିତ ହୋଇଥିଲା । ଏହା ପରେ ରାଜ୍ୟପାଳ ବିଧାନସଭା ଛାଡି ଚାଲି ଯାଇଥିଲେ । ସମ୍ଭବତଃ ଏହା ତାମିଲନାଡୁ ବିଧାନସଭା ଇତିହାସର ପ୍ରଥମ ଘଟଣା ଯେ, ରାଜ୍ୟପାଳ ଗୃହ ଛାଡି ଚାଲି ଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com