ଅନ୍ୟାନ୍ୟ

ଅର୍ଚ୍ଚନା ମାମଲାରେ ଦିଲ୍ଲୀ ଯିବ ଓଡିଶା ଇଡ଼ି

ଭୁବନେଶ୍ୱର, ୨୬/୧୧/୨୦୨୨-   ଶ୍ରଦ୍ଧାଞ୍ଜଳିକୁ ଜେରା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଦିଲ୍ଲୀ ଇଡ଼ି ମୁଖ୍ୟାଳୟରୁ ଭୁବନେଶ୍ୱରର ତଦନ୍ତକାରୀ ଟିମକୁ ଆସିଛି ଡକରା ଆସିଛି । ସେଠାରେ ଅର୍ଚ୍ଚନା ନାଗ ମାମଲାରେ ବଡବଡିଆଙ୍କ ସମ୍ପର୍କରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ମୁଖ୍ୟାଳୟରୁ ନିର୍ଦ୍ଦେଶ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ଇଡ଼ି ଅଧିକାରୀ । ଅର୍ଚ୍ଚନା ଲିଙ୍କରେ ଥିବା ଜଣେ ପରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଇଡି କାର୍ଯ୍ୟାଳୟକୁ ଆସିବେ । ସେହିଭଳି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ମଧ୍ୟ ୬ ଘଣ୍ଟା ଧରି ଜେରା କରିଥିଲା ଇଡ଼ି । ଅର୍ଚ୍ଚନା କାହା ପାଖକୁ ଯାଉଥିଲେ ଓ କାହା କାହାକୁ ଦେଖା କରୁଥିଲେ ସେ ନେଇ ଅନେକ ତଥ୍ୟ ହାସଲ କରିଛି ଇଡ଼ି ।

Related Articles

Back to top button
WP Twitter Auto Publish Powered By : XYZScripts.com