ଅନ୍ୟାନ୍ୟ

 ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ କଟକ ଗସ୍ତ

କଟକ, ୧୯/୦୯/୨୦୨୨ –   ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ କଟକ ଗସ୍ତ । ସୋମବାର ସକାଳୁ ଏହି ଗସ୍ତରେ ପ୍ରଥମେ ଏସସିବି ମେଡ଼ିକାଲର ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଛନ୍ତି ।  କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ ।

ପରେ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହେଉଥିବା ପିଣ୍ଡି ବୁଲି ଦେଖିଥିଲେ । ଏଣିକି ରାସ୍ତା ଉପରେ ଯେପରି କୌଣସି ବ୍ୟବସାୟୀ ପରିବା ବିକ୍ରି ନକରନ୍ତି ସେଥିପାଇଁ କଟକ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଏହି ଅବସରରେ କଟକ ଜିଲ୍ଲାପାଳ, କଟକ ଡ଼ିସିପି, ସିଏମସି କମିଶନର ସିଡ଼ିଏ ଚେୟାରମ୍ୟାନ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com