ଅନ୍ୟାନ୍ୟ

ବିସ୍ଫୋରକ ଖଚିତ ଟ୍ରକ ଦୁର୍ଘଟଣା ଗ୍ରସ୍ତ: ଛିନଛତ୍ର ହେଇଗଲା ଆଖପାଖ ଅଞ୍ଚଳ, ୧୭ ମୃତ

ଆକ୍ରା() ମାଇନିଂ ଖଣି ପାଇଁ ବିସ୍ଫୋରକ ନେଇ ଯାଉଥିବା ଗୋଟିଏ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ବିସ୍ଫୋରକ ଖଚିତ ଟ୍ରକ୍‌ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ବଡ଼ବଧରଣ ବିସ୍ଫୋରଣ ହୋଇଛି। ଫଳରେ ଆଖପାଖ  ଅଞ୍ଚଳ ପୂରା ଛିନଛତ୍ର ହୋଇଯାଇଛି। ଶହଶହ ଘର ମାଟିରେ ମିଶି ଯାଇଛି। ରାସ୍ତାରେ ବିରାଟ ଖାଲ ଦେଖିବାକୁ ମିଳିଛି।

ଏଥିରେ ଏଯାଏ ୧୭ ଜଣଙ୍କ ଜୀବନ ଯାଇଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଆଫ୍ରିକୀୟ ଦେଶ ଘାନାର ପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ ସହରରେ ଏହା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍‌ଟି ହୁତହୁତ ହୋଇ ଜଳି ଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ବିସ୍ଫୋରକ ଯୋଗୁ ଦୁର୍ଘଟଣା ସ୍ଥଳର ଆଖପାଖ ଅଞ୍ଚଳରେ ଥିବା ୫୦୦ରୁ ୧୦୦୦ଟି ବଡ଼ବଡ଼ ବିଲିଡିଂ ମାଟିରେ ମିଶି ଯାଇଥିଛି। ଜିନିଷ ପତ୍ର ରାସ୍ତାରେ ଏଣେତେଣେ ପଡ଼ିଥିବା ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳୁଛି। ସେହିପରି ରାସ୍ତାରେ ମଧ୍ୟ ବିରାଟ ଗର୍ତ ହୋଇଥିବାରୁ ଯିବା ଆସିବା ଠପ ହୋଇଯାଇଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବୋଗୋସୋ ସହରର ଅପିଆତେରେ ଏପରି ଘଟଣା ଘଟିଛି। ଟ୍ରକ୍‌ଟି ଖଣି ଖାଦାନକୁ ବିସ୍ଫୋରକ ନେଇ ଯାଉଥିଲା। ତେବେ ଅଧା ରାସ୍ତାରେ ହଠାତ୍‌ ଗୋଟିଏ ବାଇକ ସହ ଏହାର ଧକ୍କା ହୋଇଥିଲା। ବାଇକଟି ଟ୍ରକ୍‌ ତଳକୁ ଚାଲି ଆସିବାରୁ ଏଥିରେ ଥିବା ବିସ୍ଫୋରକ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା କଥା ଘଟଣା ପରେ ସବୁ କିଛି ଛିନଛତ୍ର ହୋଇଯାଇଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ଘର ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। କହିବାକୁ ଗଲେ ପୂରା ଅଞ୍ଚଳ ଏବେ ଗୋଟିଏ ଭୂତ ସହରରେ ପରିଣତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com