ଅନ୍ୟାନ୍ୟ

ଭାରତୀୟ ବାୟୁସେନାରୁ ଅବସର ନେବ ମିଗ-୨୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ, ୧୯/୦୯/୨୦୨୨-   ଭାରତୀୟ ବାୟୁସେନାରେ  ଅନେକ ସମୟ ଧରି ସେବା ଯୋଗାଇଆସୁଛି ମିଗ-୨୧ ଯୁଦ୍ଧ ବିମାନ । ଏକାଧିକ ଥର ଏହା ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅନେକ ଯବାନ ମଧ୍ୟ ଜୀବନ ହରାଇଛନ୍ତି ।  ଏଥିପାଇଁ ସେପ୍ଟେମ୍ବର ୩୦ ତାରିଖରେ ପୁରୁଣା ମିଗ-୨୧ ଯୁଦ୍ଧ ବିମାନର ଶେଷ ୪ ସ୍ୱାର୍ଡନ ମଧ୍ୟରୁ ଗୋଟିଏକୁ ଅବସର ଦେବାକୁ ଯାଉଛି ବାସୁସେନା ।

ଭାରତୀୟ ବାୟୁସେନାର ମିରାଜ-୨୦୦୦, ୨୦୧୯ ଫେବ୍ରୁଆରୀ ୨୬ରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ବୋମାମାଡ କରିଥିଲା । ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଆତଙ୍କୀ କ୍ୟାମ୍ପଙ୍କୁ ନଷ୍ଟ କରି କାଶ୍ମୀରର ପୁଲୱାମାରେ ଆତ୍ମଘାତୀ ଆକ୍ରମଣର ପ୍ରତିଶୋଧ ନେଇଥିଲା । ସେନାର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ ତିନ ମିଗ-୨୧ରେ ସ୍ୱାର୍ଡନକୁ ୨୦୨୫ ମଧ୍ୟରେ ଗୋଟିଏ ଗୋଟିଏ କରି ଅବସର ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com