Breaking NewsFeaturedଅନ୍ତର୍ଜାତୀୟଅନ୍ୟାନ୍ୟମନୋରଞ୍ଜନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁସ୍ କରିଦେଲା କୁନି ଝିଅ । ଜାଣନ୍ତୁ କେମିତି?

ଜ୍ଞାନ ନଗରୀ କାଶିରେ ବିଜ୍ଞାନର ମିଳନ । ବିଜ୍ଞାନ ମେଳାରେ ସବୁଜ ଉଦ୍ଭିଦ ଓ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଉପରେ ଜ୍ଞାନ । ମୋଦିଙ୍କୁ କବିତା ମାଧ୍ୟମରେ ବୁଝାଇଲା ଏକ କୁନି ଝିଅ । ତା ସହିତ ମୋଦିଙ୍କୁ ଉପରେ କଲା କବିତା ପାଠ । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଥିଲା ଖୁବ ଆକୃଷ୍ଟ । ଏନେଇ ଛୋଟ ଝିଅଟିକୁ ଖୁବ ପ୍ରଶଂସା କରିଛନ୍ତି ମୋଦି । ଆଉ ତାଙ୍କୁ ଏହା ଏତେ ପ୍ରଭାବ ପକାଇଥିଲା ଯେ, ଖୋଦ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଇନଷ୍ଟାରେ ଏହାକୁ ପୋଷ୍ଟ କରିଥିଲେ । ଆଉ ତାଙ୍କର କବି ବନ୍ଧୁଙ୍କୁ ପ୍ରଶଂସା କରିଥିଲେ । ପ୍ରଥମେ ନଜର ପକାନ୍ତୁ ଏହି ଭିଡିଓ ଉପରେ ।

ଏଠାରେ କହିରଖୁଛୁ ଯେ, ୨ଦିନିଆ ବାରଣାସୀ ଗସ୍ତରେ ଯାଇତିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିଲେ ମୋଦି । ଏଥିରେ ଭାଗ ନେଇଥିବା ପିଲାଙ୍କ ସହିତ ମଧ୍ୟ ସେ କଥାବାର୍ତା ହୋଇଥିଲେ । ଏହାରି ଭିତରେ ଗ୍ରୀନ ଉଦ୍ଭିଦ ଓ ଆଲୋକ ସଂଶ୍ଲେଷଣର ପ୍ରକିୟା ଉପରେ କବିତା ମାଧ୍ୟମରେ ମୋଦିଙ୍କୁ ବୁଝାଇଥିଲେ ଜଣେ ଛାତ୍ରୀ । ଯାହାକୁ ଖୁବ ପ୍ରଶାଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ମୋଦି ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ କହିଥିଲେ । ଯଦି ଦେଶକୁ ବିକଶିତ କରିବା ପାଇଁ ୧୪୦କୋଟି ଦେଶବାସୀ ପ୍ରତିଶୃତି ଦିଅନ୍ତି, ତେବେ ଭାରତଚ ନିଶ୍ଚିତ ଭାବେ ବିକଶିତ ହେବେ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com