Breaking NewsFeaturedରାଜନୀତି

ଆମ୍ ଆଦମୀ ପାର୍ଟି-କଂଗ୍ରେସ ବାହାରକୁ ଢିଲା, ଭିତରେ ଭଲ ସଲାସୁତରା! ଦେଖନ୍ତୁ

ବିରୋଧୀ ମହାମେଣ୍ଟ ଆଇଏନଡିଆଇଏରେ ଦୁଇ ଦଳକୁ ନେଇ ଚର୍ଚ୍ଚା ଲାଗି ରହିଛି । ସେ ଦୁଇ ଦଳ ହେଲା କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି । ପ୍ରଥମରୁ କେଁ ଉଠିଛି ଏହି ଦୁଇଦଳ ମଧ୍ୟରେ । ଧୀରେଧୀରେ ଏହା ବଡ଼ ଅନ୍ତଃକନ୍ଦଳ ବୋଲି କୁହାଯାଉଛି । ଆଉ ପ୍ରମୁଖ ମୁଦ୍ଦା ରହିଛି ସିଟ୍ ଶେଆରିଂ ବା ଆସନ ବୁଝାମଣା । ବିଶେଷକରି ଦିଲ୍ଲୀ, ପଞ୍ଜାବ, ଗୋଆ ଓ ଗୁଜରାଟ- ଏଇସବୁ ସ୍ଥାନରେ ଆପ୍ –କଂଗ୍ରେସ ଆସନ ବୁଝାମଣା ନେଇ ଖୁବ୍ ଚର୍ଚ୍ଚା ହୋଇଆସୁଛି । କିନ୍ତୁ କିଏ କାହାକୁ ନିଜ ସିଟ୍ ଛାଡ଼ିବାକୁ ନାରାଜ ଥିବାରୁ କେଁ ରହିଥିବା ସ୍ପଷ୍ଟ ହୋଇଛି । ତେବେ ଏହାରି ଭିତରେ ଆସିଛି ବଡ଼ ଖବର । ଆପ୍ ଆଉ କଂଗ୍ରେସ ଭାଇ-ଭାଇ ଭଳି ଜିତିଛନ୍ତି ପ୍ରଥମ ଆସନ । ଫଳରେ ଆମ ଆଦମି ପାର୍ଟି- କଂଗ୍ରେସ ବାହାରକୁ ଢିଲା, ଭିତରେ ଭଲ ସଲାସୁତରା ଚାଲିଛି ବୋଲି ଏବେ ରାଜନୀତିକ ଚର୍ଚ୍ଚା ଜୋର୍ । ତେବେ ଆସନ୍ତୁ ଏହି ଚର୍ଚ୍ଚା ପଛର ସତ ଉପରେ ନଜର ପକାଇବା…

କଥା ହେଲା ଚଣ୍ଡୀଗଡ଼ ମ୍ୟୁନିସିପାଲିଟି ବା ସିଏମସି ନିର୍ବାଚନ । ଏଠାରେ ରାତି ଅଧିଆ ରାଜନୀତିକ ଦୃଶ୍ୟପଟ୍ଟ ବଦଳି ଯାଇଛି । ଏଠାରେ ଆପ୍ ର ମୁଖିଆ ଥିବା ଲଖଭୀର ସିଂହ ଭିଲ୍ଲୁ ହଠାତ୍ ଡେଇଁ ପଡ଼ିଛନ୍ତି ବିଜେପିକୁ । ଫଳରେ ୩୫ ଜଣିଆ ସିଏମସି ଭାଙ୍ଗି ପଡ଼ିଥିଲା । ମେଜରିଟି ଡାଉନ୍ ହେବା ପରେ ହେଲା ପୁଣି ନିର୍ବାଚନ । ଆଉ ବିଜେପି ୧୪ରୁ ଉଠି ୧୫ ଆସନ ପାଇଥିବାବେଳେ ଆମ ଆଦମି ପାର୍ଟି ୧୩ ଆସନରୁ ଖସି ୧୨ରେ ପହଞ୍ôଚ ଥିଲା । ସେପଟେ କଂଗ୍ରେସ ୭ ଆସନ ଏବଂ ଶିରୋମଣି ଅକାଳୀ ଦଳ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେଲେ ।

କିନ୍ତୁ ଆପ୍ ଆଉ କଂଗ୍ରେସ ଖେଳିଲେ ବିଗ୍ ପଲଟିକାଲ୍ ଗେମ୍ । ଆପର ୧୨ ଆଉ କଂଗ୍ରେସର ୭ ମିଶି ୧୯ ଆସନରେ ମେଜରିଟି ଦେଖାଇ ବିଜେପିକୁ ବଡ଼ ଚେକ୍ ଦେଇଛନ୍ତି । ଖାଲି ସେତିକି ନୁହେଁ, ଆପ୍ ନେଇଛି ମେୟର୍ ପଦ ଏବଂ କଂଗ୍ରେସ ପାଖରେ ରହିଛି ଡେପୁଟି ମେୟର ପଦ । ତେଣୁ ଏହି ଦୁଇଦଳ ମଧ୍ୟରେ ହୋଇଥିବା ଡିଲ୍ ୨୦୨୪ ନିର୍ବାଚନ ପାଇଁ ଏକ ବଡ଼ ରାସ୍ତା ସୁଗମ ହୋଇଛି ବୋଲି କୁହାଯାଉଛି । ଏଭଳି ବୁଝାମଣା ରହିଲେ ହୁଏତ ବିଜେପି ପାଇଁ ବଡ଼ ଚାଲେଞ୍ଜ୍ ସୃଷ୍ଟି ହୋଇପାରେ ବୋଲି ରାଜନୀତିକ ଆଲୋଚନା ଜୋର ଧରିଲାଣି । ସେପଟେ ଆପ୍ ଆଉ କଂଗ୍ରେସ ବୁଝାମଣାରେ ଚଣ୍ଡୀଗଡ଼ ପ୍ରଥମ ବିଜୟ ହାସଲ୍ ହୋଇଛି, ଏକଥାକୁ କେହି ଅସ୍ୱୀକାର କରିବାର ଚାନ୍ସ ହିଁ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com