Breaking NewsFeaturedଅନ୍ତର୍ଜାତୀୟଜାତୀୟରାଜନୀତି

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଆମେରିକାରେ ନୂଆ କିର୍ତ୍ତୀମାନ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ : ସାରା ବିଶ୍ୱରେ ବାଃ ବାଃ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ନାଁକୁ ଉଚ୍ଚ କରିବା ସହିତ ଗୋଟଏ ପରେ ଗୋଟିଏ ସଫଳତାର ସିଡ଼ି ଚଢୁଛନ୍ତି । ନିଜର ଦୃଢ ନେତୃତ୍ୱ ତଥା ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ସେ ବିଭିନ୍ନ ଦେଶରେ ଏତେ ଲୋକପ୍ରିୟତା ହାସଲ କରିଛନ୍ତି ଯେ ତାଙ୍କ ପାଇଁ କୌଣସି କର୍ଯ୍ୟକ୍ରମ ଆୟୋଜନ କରିବା କଷ୍ଟକର ହୋଇ ପଡ଼ୁଛି । ତାଙ୍କର ଲୋକପ୍ରିୟତା କେତେ ମାତ୍ରାରେ ବଢିଯାଇଛି ତାହା ନିକଟ ଜି-୨୦ ବୈଠକର କିଛି ଘଟଣାରୁ ସହଜରେ ଅନୁମାନ କରାଯାଇପାରେ ।

ତେବେ ପୁଣି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଦେଶ ତଥା ବିଦେଶରେ ରଚିଛନ୍ତି ଏକ ନୂଆ ଇତିହାସ । ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଦ୍ୱିତୀୟ ଥର ପାଇଁ ଆମେରିକା କଂଗ୍ରେସର ମିଳିତ ବୈଠକକୁ ସମ୍ବୋଧିତ କରିବେ । ଜୁନ୍ ୨୨ରେ ଲୋକସଭା ସିନେଟ୍‌ରେ ଆମେରିକା କଂଗ୍ରେସର ମିଳିତ ବୈଠକୁ ସମ୍ବୋଧିତ କରିବା ପାଇଁ ମୋଦୀଙ୍କୁୁ ନିମନ୍ତ୍ରଣ କରାଯାଇଛି । ଏନେଇ ଜୁନ୍ ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୋଦି ପ୍ରଥମେ ୨୦୧୬ରେ ଟ୍ରମ୍ପ ସରକାରଙ୍କ ସମୟରେ ଆମେରିକାର ମିଳିତ କଂଗ୍ରେସ ବୈଠକକୁ ସମ୍ବୋଧିତ କରିଥିଲେ । ସରକାର ମୁଖ୍ୟ ଭାବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପରେ ମୋଦି ଏହି କ୍ରମରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ ୩ ଥର କରିସାରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ପ୍ରଥମ ଲେଡ଼ି ଜିଲ ବାଇଡେନ୍‌ଙ୍କ ନିମନ୍ତ୍ରଣ ପରେ ପିଏମ୍ ମୋଦି ଆମେରିକା ଗସ୍ତ କରିବେ ବୋଲି ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com