ଓଡ଼ିଶାଜାତୀୟ

ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ରୋଟାରୀ କ୍ଲବ ପକ୍ଷରୁ ୨୦୦ ମିଟର ତ୍ରିରଙ୍ଗା ଲମ୍ବ ଶୋଭାଯାତ୍ରା

ବ୍ରହ୍ମପୁର, ୧୫/୦୮/୨୦୨୨-  ଭାରତର ୭୫ତମ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସୋମବାର ରୋଟାରୀ କ୍ଲବ ବ୍ରହ୍ମପୁର ପକ୍ଷରୁ ୨୦୦ ମିଟର ଲମ୍ବ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଟ୍ରାଫିକ ଡିଏସପି ସ୍ବରାଜ ଦେବତା ଏବଂ ରୋଟାରୀ ଡିଜି ନାମୀ ୟାଗନାସିସ୍ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି । ଲୋକଙ୍କ ମନରେ ଦେଶଭକ୍ତି ଭାବନା ସୃଷ୍ଟି କରିବା ସହ ଜାତୀୟ ସଂହତି ବଜାଇ ରଖିବା ଏହି କାଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରୋଟାରୀ ଡିଜି ଶ୍ରୀ ମହାପାତ୍ର କହିଛନ୍ତି। ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ୨୦୦ ମିଟର ତ୍ରିରଙ୍ଗାର ଶୋଭାଯାତ୍ରା ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରବାସୀଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ସଚେତନତା କରାଯାଇଛି। ଏଥିରେ ସଂକଳ୍ପ ସିନିୟର୍ ମାଧ୍ୟମିକ ବିଦ୍ୟାଳୟ ଏବଂ ବେଦବ୍ୟାସ ରେସିଡେନ୍ସିଆଲ୍ କଲେଜ୍ ଛାତ୍ରଙ୍କ ସହିତ ରୋଟାରୀ କ୍ଲବର ସଦସ୍ୟମାନେ ସୁଦୀର୍ଘ ତ୍ରିରଙ୍ଗା ପତାକାକୁ ଧରି ଖଲ୍ଲିକୋଟ କଲେଜ ସମ୍ମୁଖରୁ ବାହାରି ସହର ପରିକ୍ରମା କରିବା ସହ ପ୍ରେମ ନଗରସ୍ଥିତ ରୋଟାରୀ କ୍ଲବରେ ପହଞ୍ଚିଛନ୍ତି। ରାଲିରେ ସଭାପତି ସତ୍ୟକାମ ପାତ୍ର, ସମ୍ପାଦକ ସାର୍ଥକ, ପ୍ରକଳ୍ପ ସଂଯୋଜକ ପ୍ରଦ୍ୟୁମ୍ନ ବିଷୋୟୀ, ଲଲିତ ମଙ୍ଗରାଜ, ଭି.ଅଜୟ କୁମାରଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com