ଓଡ଼ିଶା

ସାତ ଦିନ ହେଲା ନିଖୋଜ ଥିଲେ ମୁନା, ଏବେ ନାଳରୁ ମିଳିଲା ମୃତଦେହ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ୍‌ ଥାନା କେଡିଆ ପଟ୍ରୋଲ ପମ୍ପ ନିକଟ ନାଳରୁ ମୃତଦେହ ଠାବ । ମୃତକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡ୍ରାଇଭର ମୁନା ମାଝୀ ବୋଲି ଜଣାପଡିଛି । ଟାଉନ୍‌ ଥାନା ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ଗତ ୧୪ ତାରିଖରୁ ମୁନା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଭସ୍ମା ଥାନାରେ ପରିବାର ପକ୍ଷରୁ ଲିଖିତ ଭାବେ ଅଭିଯୋଗ ଦେଇଥିଲେ । ପୋଲିସ ମଧ୍ୟ ଖୋଜାଖୋଜି ଜାରି ରଖିଥିଲା । କିନ୍ତୁ ଏବେ କେଡିଆ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ନାଳରୁ ମୁନାଙ୍କ ମୃତଦେହ ଠାବ କରାଯାଇଛି । ତେବେ ତାଙ୍କୁ କିଏ ହତ୍ୟା କରିଛି । ନା ଏହା ପଛରେ ଆଉ କଣ ? ସେନେଇ ଖୋଲତାଡ଼ କରୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com