ଓଡ଼ିଶା

ଅଦିନିଆ ବର୍ଷାରେ ଭିଜିବ ସାରା ଓଡ଼ିଶା । କୁଆପଥର ମାଡ଼ ସହ ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ

ପ୍ରବଳ ବର୍ଷାରେ ଭଜିବ ଉତ୍ତରରୁ ଉପକୂଳ ଓଡ଼ିଶା । ବଜ୍ରପାତ ସହ କୁଆପଥର ମାଡ଼କୁ ନେଇ ସତର୍କ କଲା ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଛେଚିବ ପ୍ରବଳ ବର୍ଷା ।ଏହାସହ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ବହିବ ପବନ । ଯେଉଁଥି ପାଇଁ ୯ ଜିଲ୍ଲାକୁ ୟେଲୋ ଆଉ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏନେଇ ସତର୍କ ରହିବା ସହ ଲୋକଙ୍କୁ ସଚେତନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ସେପଟେ ରାଜ୍ୟରେ ୧ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com