ଓଡ଼ିଶା

ପତିତପାବନଙ୍କୁ ଦର୍ଶନ କଲେ ସ୍ପେନିୟ ମହିଳା ହକି ଟିମ୍

ପୁରୀ() ପୁରୀରେ ପହଁଚି ସିଂହଦ୍ୱାର ଠାରେ ପତିତପାବନଙ୍କୁ ଦର୍ଶନ କଲେ ସ୍ପେନିୟ ମହିଳା ହକି ଟିମ। ଟିମ ରେ ରହିଛନ୍ତି 17 ଜଣ ମହିଳା ଖେଳାଳି ଙ୍କ ସମେତ ଜଣେ ଅଫିସିଆଲ କର୍ମକର୍ତ୍ତା ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସିଂହଦ୍ୱାର ଥାନା ଅଧିକାରୀ ସୁନୀଲ ପ୍ରଧାନ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଟିମକୁ ସ୍ୱାଗତ କରିବା ସହ ସିଂହଦ୍ୱାର ବ୍ୟାରିକେଡ ଦେଇ ପ୍ରବେଶ କରି ଅରୁନସ୍ଥମ୍ଭ ନିକଟରେ ପତିତପାବନ ଙ୍କୁ ଦର୍ଶନ କରିଥିଲେ ।

ସେଠାରେ ଫୋଟୋ ସେସନ କରିବା ସହ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ସମସ୍ତ 17 ଜଣ ଖେଳାଳି ।ପରେ ବେଳଭୂମି ଯାଇ ବ୍ଲୁ ଫ୍ଲାଗ ବିଚ ବୁଲିବା ସହ ବେଳଭୂମି ରେ ସମୁଦ୍ର ସ୍ନାନ କରିଥିଲେ ।

ଭୁବନେଶ୍ୱର ରେ ଚାଲିଥିବା FIH ଲିଗ ରେ ଖେଳିବା ପାଇଁ ସ୍ପେନ ର ଜୁନିଅର ମହିଳା ହକି ଦଳ ଭୁବନେଶ୍ୱର ରେ ରହିଛନ୍ତି ।ଏହି ଅବସରରେ ପୁରୀ ଆସି ବୁଲିବା ପରେ ଟିମ ର ମନୋବଳ ଦୃଢ଼ ରହିଥିବା କଥା କହିଛନ୍ତି ଟିମ ସହ ଆସିଥିବା ଟିମ ମ୍ୟାନେଜର ।

Related Articles

Back to top button
WP Twitter Auto Publish Powered By : XYZScripts.com