ଓଡ଼ିଶା

 ଧାମନଗର ଉପ ନିର୍ବାଚନରେ ଲଢ଼ିବେ ୫ ପ୍ରାର୍ଥୀ

 ଭଦ୍ରକ, ୧୭ /୧୦/୨୦୨୨-   ଧାମନଗର ଉପ ନିର୍ବାଚନରେ ପାଇଁ ମୈଦାନରେ ଲଢ଼ିବେ ୫ ପ୍ରାର୍ଥୀ ।  ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୋମବାର ଜଣେ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଖାରଜ ହୋଇଛି । ଫଳରେ ଏବେ ଧାମନଗର ବାଜି ଜିତିବାକୁ ୫ ପ୍ରାର୍ଥୀଙ୍କ ମଧ୍ୟରେ  ଜୋରଦାର ଲଢେଇ ହେବ । ବିଜେଡିରୁ ଅବନ୍ତୀ ଦାସ, ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ପ୍ରାର୍ଥୀ ରହିଛନ୍ତି । ସେହିଭଳି ବିଜେଡି ଟିକେଟ ନ ମିଳିବାରୁ ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରତି ପ୍ରାଥୀ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବାର ଅନୁମତି ରହିଛି ।

ଏହି ଉପ-ନିର୍ବାଚନ ପାଇଁ ବରିଷ୍ଠ ନାଗରିକ  ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଠାଲ ବାଲାଟ ବ୍ୟବସ୍ଥା କରାଯାଇଛି । ମୋଟ ୨୫୨ଟି ପୋଲିଂ ବୁଥ୍ ରହିଛି । ସେଥିମଧ୍ୟରୁ ୧୩୪ଟି ବୁଥର ନାଁ ବଦଳିଛି । ୧୦୭ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଇଲେକ୍ଟୋରାଲ ରୋଲରେ ୨, ୩୮, ୦୧୭ ଜଣ ଭୋଟର ରହିଛନ୍ତି ।  ଇଭିଏମ ଓ ଭିଭିପାଟର ବ୍ୟବସ୍ଥା ସରିଛି । ପୋଲିଂ ଅଫିସର ମାନଙ୍କୁ ତାଲିମ ଦିଆଯାଉଛି ବୋଲି ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ସେପଟେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ବିଭିନ୍ନ ସରକାରୀ ପୋଷ୍ଟର ଓ ବ୍ୟାନରକୁ ଅପସାରଣ କରାଯାଇଛି । ନିର୍ବାଚନର ୨ ଦିନ ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ନିର୍ବାଚନ ଦିନକୁ ସ୍ଥାନୀୟ ଭୋଟରଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ଭୋଟ ଯେମିତି ସୁୁରୁଖୁରରେ ହେବ ସେଥିପାଇଁ ୨୬ ଜଣ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ଏହାଛଡା ସୁରକ୍ଷା ଦୃଷ୍ଟି କୋଣରୁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଯଦି କୌଣସି ପ୍ରାର୍ଥୀ ୪୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିବା ନେଇ ଭିଡ଼ିଓ ଆସିଲେ କିମ୍ବା ଅଭିଯୋଗ ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com