ଜାତୀୟ

ଋଷ-ୟୁକ୍ରେନ୍‌ ଯୁଦ୍ଧ : ସମଗ୍ର ବିଶ୍ଵରେ ଘାରିଲାଣି ନୁଡୁଲ୍ସର ସଙ୍କଟ

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ହେଉ କିମ୍ବା ବଡ ସମସ୍ତ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରନ୍ତି। ସେଥିମଧ୍ୟରୁ ନୁଡୁଲ୍ସ ହେଉଛି ପ୍ରିୟ ଖାଦ୍ୟ। ଯଦି ଆପଣ ସେହିମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ନୁଡୁଲ୍ସ ବିନା ବଞ୍ଚିପାରିବେ ନାହିଁ, ତାଙ୍କ ପାଇଁ ରହିଛି କିଛି ଖରାପ ଖବର । ବର୍ତ୍ତମାନ ସମଗ୍ର ବିଶ୍ୱରେ ନୁଡୁଲ୍ସର ସଙ୍କଟ ଦେଖାଗଲାଣି । ଏହି କାରଣରୁ ଏହାର ମୂଲ୍ୟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ବିଦ୍ୟୁତ୍‌ ଶକ୍ତି ଏବଂ ପରିବହନ ଖର୍ଚ୍ଚର ବୃଦ୍ଧି ଏହା ପଛର କାରଣ ।

ଋଷ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏହାକୁ ଆହୁରି ଖରାପ କରୁଛି। ଅତୀତର ହୋଇଥିବା ମରୁଡ଼ି, ବନ୍ୟା ପରିସ୍ଥିତି ଏବଂ ବର୍ତ୍ତମାନ ୟୁକ୍ରେନ-ରୁଷ ଯୁଦ୍ଧ ଯୋଗୁଁ ଚାଇନାର ଗହମ ମୂଲ୍ୟରେ ୩୦ ପ୍ରତିଶତକୁ ବୃଦ୍ଧି ଘଟିଥିବାର ସୂଚନା ମିଳିଛି। ଏହା ବ୍ୟତୀତ ନୁଡୁଲ୍ସର ସବୁଠାରୁ ବଡ ଗ୍ରାହକ ହେଉଛି ଚୀନ୍‌ । ଦୁଇ ବର୍ଷ ମଧ୍ୟରେ ଖାଦ୍ୟର ତୀବ୍ର ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇଛି।

ଚାଇନାର ପରାମର୍ଶଦାତା ମିଷ୍ଟେଲ କହିଛନ୍ତି କି ଚଳିତ ବର୍ଷ ଆରମ୍ଭରୁ ଚାଇନାରେ ବିଶୋଧିତ ମଇଦା ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଦକ୍ଷିଣ କୋରିଆରେ ଗହମର ଆମଦାନୀ ମୂଲ୍ୟ, ନୁଡୁଲ୍ସର ମୁଣ୍ଡପିଛା ୪୦୦ ଡଲାରକୁ ବୃଦ୍ଧି ପାଇଛି। ଯାହା ଗତ ୧୩ ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି। ବର୍ତ୍ତମାନ ଜାପାନରେ ସୋବା ନୁଡୁଲ୍ସ ନାମକ ଏକ ଡିସ୍‌ ତିଆରି କରିବା ପାଇଁ ବ୍ୟବହୃତ ଏକ ପ୍ରକାରର ଜିନିଷ ଅଭାବ ହେତୁ ଚିନ୍ତାର କାରଣ ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com