ଅନ୍ତର୍ଜାତୀୟଜାତୀୟ

ଦକ୍ଷିଣ ଆଫ୍ରିକା ବାର ଗୁଳିକାଣ୍ଡ ମୃତ୍ୟୁ ସଂଖ୍ୟା ବଢୁଛି, ଏପର୍ଯ୍ୟନ୍ତ ୧୪ ମୃତ, ୯ଆହତ

ଜୋହନ୍ସବର୍ଗ: ସବୁଠୁ ବଡ ଟାଉନସିପ୍ ସୋୱେଟୋ ଓର୍ଣ୍ଣାଲ୍ଡୋ ଜିଲ୍ଲାର ଏକ ବାରରେ ଶନିବାର ମଧ୍ୟରାତ୍ରରେ ଗୁଳିକାଣ୍ଡ ହୋଇଛି। ପୋଲିସ ଲେଫ୍ଟନାଣ୍ଟ ଏଲିଆସ ମାଭେଲା ରବିବାର ପୂର୍ବାହ୍ନରେ ଏହି ସୂଚନା ଦେଇଛନ୍ତି। ଶନିବାର ଓ ରବିବାର ମଝିରାତିରେ ଏହି କାଣ୍ଡ ହୋଇଥିବା ସେ କହିଛନ୍ତି। ଗୁଳିକାଣ୍ଡ ସମ୍ପର୍କରେ ପୋଲିସକୁ ରାତି ସାଢେ ବାରଟାରେ ଖବର ମିଳିଥିଲା ବୋଲି ସେ କହିଛନ୍ତି। ପୋଲିସ ପହଞ୍ଚି ଘଟଣାସ୍ଥଳରୁ ୧୨ ଜଣଙ୍କୁ ମୃତ ଉଦ୍ଧାର କରିଥିବା ବେଳେ ୧୧ ଜଣ ଆହତଙ୍କୁ ହସ୍ପିଟାଲ ପଠାଇଥିଲା। ତେବେ ସେଠାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି।

ବାର୍ ଗୁଳିକାଣ୍ଡ ମୃତ୍ୟୁ ସଂଖ୍ୟା ବଢିପାରେ। ଆହୁରି ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ପୋଲିସ ରବିବାର ସକାଳେ ମାମଲାର ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଗୁଳିକାଣ୍ଡ ବେଳେ ବାରରେ ଥିବା ଲୋକେ ବେଶ୍ ଏଞ୍ଜୟ କରୁଥିବା ପରିସ୍ଥିରୁ ବାରି ହୋଇପଡୁଛି ବୋଲି ମାଭେଲ କହିଛନ୍ତି। ଘଟଣାସ୍ଥଳରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁରୁ ଏହା ଏକ ସାମୂହିକ କାଣ୍ଡ ବୋଲି ସନ୍ଦେହ କରାଯାଉଛି।

ଲୋକେ ବାରରେ ବସିଥିବା ବେଳେ ବାହାରେ ଗୁଳି ଚାଲିବାର ଶବ୍ଦ ଶୁଣିବାକୁ ପାଇଥିଲେ। ଏଣୁ ବାରରୁ ପଳେଇଯିବାକୁ ଉଦ୍ୟମ କରି ଗୁଳିର ଶିକାର ହୋଇଛନ୍ତି। ଏହି ଗୁଳିକାଣ୍ଡ ଲାଗି ଆତତାୟୀ ଉଚ୍ଚକ୍ଷମତା ସମ୍ପନ୍ନ ବନ୍ଧୁକ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ୪ ଦିନ ପୂର୍ବରୁ ଏକ ନାଇଟ୍ କ୍ଲବରେ ୨୧ ଜଣ ଟିନଏଜଙ୍କ ମୃତ୍ୟୁ ହୋଇଥିଲା। ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଜୋହନ୍ସବର୍ଗ ଗୁଳିକାଣ୍ଡ ଦେଶରେ ଯୁବ ଗୋଷ୍ଠୀଙ୍କୁ ମଦ ବିକ୍ରିକୁ ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com