ଜାତୀୟ

କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପରେ ଚିଲିକା ହ୍ରଦକୁ ସାମିଲ କରାଯିବ

କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପରେ ଚିଲିକା ହ୍ରଦକୁ ସାମିଲ କରାଯିବ । ଏହି ପ୍ରକଳ୍ପରେ ସାତପଡାରୁ ଜହ୍ନିକୁଦାକୁ ଥିବା ପୁରୁଣା ଚାନେଲକୁ ଖନନ କରାଯିବା ସହ ଚାନେଲରେ ଦୁଇଟି ନୂଆ ଫେରି ଚଳାଇବା ପାଇଁ ଯୋଜନା କରାଯାଇଛି ।

ଏ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ସିଡିଏଙ୍କ ଡିପିଆର୍‍କୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ପ୍ରତିଶତ ଖର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୭ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com