Featuredଜାତୀୟରାଜନୀତି

ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ତ୍ରିପୁରା ବିଧାନସଭା ନିର୍ବାଚନ

ମୋଟ ୬୦ ଆସନ ପାଇଁ କଡା ସୁରକ୍ଷାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛି ତ୍ରିପୁରା । ୩ ହଜାର ୩୨୮ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସେଥିମଧ୍ୟରୁ ୧୧୦୦ ବୁଥକୁ ସମ୍ବେଦନଶୀଳ ଓ ୨୮ ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀନ ଘୋଷଣା କରାଯାଇଛି । ତ୍ରିପୁରାର ୨୮ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ବିଜେପି ଓ ଆଇପିଏଫଟି, କଂଗ୍ରେସ ଓ ବାମ ଦଳ ମେଂଟ ସହ ଆଂଚଳିକ ଦଳ ଟିପରା ମୋଥା ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।

ଏଥରେ ମୋଟ ୬୦ ଆସନରୁ ବିଜେପି ପ୍ରାର୍ଥୀ ୫୫ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ସହ ମେଂଟରେ ଥିବା ଇଣ୍ଡିଜେନିଅସ ପିପୁଲସ ଫ୍ରଂଟ ଅଫ ତ୍ରିପୁରା ବା ଆଇପିଏଫଟି ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ସେପଟେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମେଂଟରେ ଥିବା ସିପିଆଇ, ଆରଏସପି ୪୭ଟି ଆସନରେ ଲଢେଇ କରୁଛନ୍ତି । ସେହିପରି ଆଂଚଳିକ ଦଲ ଟିପରା ମୋଥା ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com