ଜାତୀୟମନୋରଞ୍ଜନ

ରାସ୍ତାରେ ଅଳିଆ ଉଠାଉଥିବାର ନଜର ଆସିଲେ ଡ୍ରାମା କୁଇନ୍‌, ୟୁଜର୍ସ କଲେ ଟ୍ରୋଲ୍‌

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ ବୟଫ୍ରେଣ୍ଡ ହେଉ କି ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରୁହନ୍ତି । କିନ୍ତୁ ନିକଟରେ ଏବଳି କିଛି କରିଛନ୍ତି ଯାହା ପାଇଁ ସେ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି । ବର୍ତ୍ତମାନ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଫାଉଡାରେ ଅଳିଆ ସଫା କରୁଥିବାର ଦେଖିବାକୁ ମିଳିଛନ୍ତି। ଯେଉଁଥିରେ ରାକ୍ଷୀ ଭିଡିଓରେ ଗାର୍ଡକୁ ଗାଳି ଦେଇ କହୁଛନ୍ତି ଯେ ଏହାକୁ ଉଠାଓ ଏବଂ ମୁନିସପାଲ ସଂସ୍ଥାକୁ ଡାକ । ହାତରେ ହାତ ପକାଇ ବସନ୍ତୁ ନାହିଁ।

 

View this post on Instagram

 

A post shared by Voompla (@voompla)

ଏହି ଭିଡିଓରେ ରାକ୍ଷୀ କେବଳ ଦୁଇ ତିନି ଥର ଫାଉଡା ଚଳାଇଥିଲେ ଏବଂ କୌଣସି ଅଳିଆ ମଧ୍ୟ ସଫା କରିନଥିଲେ । ଏହାକୁ ଦେଖି ରାକ୍ଷୀ ସାୱନ୍ତଙ୍କୁ ଖୁବ୍‌ ଟ୍ରୋଲ କରାଯାଇଛି। ୟୁଜର୍ସମାନେ ଦାବି କରିଛନ୍ତି ଯେ ଫାଉଡାରେ ଅଲିଆ କିପରି ସଫା କରାଯାଏ ତାହା ଜାଣି ନାହାନ୍ତି ଏବଂ ସେ କେବଳ ଷ୍ଟାଇଲ୍‌ରେ ମାରି ପବ୍ଲିସିଟି ପାଇଁ କରୁଛନ୍ତି ।

ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ‘ଦୟାକରି ଗାର୍ଡକୁ ଗାଳି କରୁନ୍ତୁ ନାହିଁ, ଫାଉଡା ଠିକ୍‌ ସେ ଚଳାଅ। ଅନ୍ୟଜଣେ ଲେକିଛନ୍ତି ମୋ ପାଖକୁ ଆସ, ମୁଁ ଶିକ୍ଷାଇ ଦେବି ।

Related Articles

Back to top button
WP Twitter Auto Publish Powered By : XYZScripts.com