ଅନ୍ୟାନ୍ୟ

ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ, ଭିଡିଓ ଭାଇରଲ ପରେ ବନ୍ଧା ହେଲେ ମାଲିକ

ଭୁବନେଶ୍ୱର: ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ରାକେଟ ଚଳାଇଥିବା ମାଲିକକୁ ପୋଲିସ ଗିରଫ କରିଛି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଗଡ଼ସାହି ୱାର୍ଡ ନମ୍ବର ୧୫ ର ଏକ ଭଡା ଘରେ ୫୦ ବର୍ଷୀୟ ଗୋପୀନାଥ ଚୌଧୁରୀ ସେକ୍ସ ରାକେଟ ଚଳାଇଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଥିଲା। ଏହି ସେକ୍ସ ରକେଟ ଭିଡିଓ ଭାଇରଲ ହେବା ପରେ ରାକେଟ ଚଳାଉଥିବା ମାଲିକକୁ ଗିରଫ କରିଛି କରଞ୍ଜିଆ ପୋଲିସ। ଗିରଫ ଅଭିଯୁକ୍ତ କେନ୍ଦ୍ରାପଡାର ଗୋପୀନାଥ ଚୌଧୁରୀ। ସେ ୨୦୦୩ ରେ କେନ୍ଦ୍ରାପଡା ରୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆକୁ ଚାଲିଆସିଥିଲେ। କରଞ୍ଜିଆରେ ଏକ ଆୟୁର୍ବେଦିକ ମେଡ଼ିସିନ ବିକ୍ରି କରି ନିଜ ପରିବାର ଚଳାଉଥିଲେ। ତେବେ ଦୀର୍ଘ ୩ ମାସ ଧରି ଭୁବନେଶ୍ୱର ଏବଂ ଟାଟା ଅଂଚଳରୁ ରାତିକ ପାଇଁ ୬୦୦ ରୁ ୧୦୦୦ ଟଙ୍କାରେ ଝିଅ ମାନଙ୍କୁ ନିଜ ଭଡା ଘରକୁ ନେଇ ସେକ୍ସ ରାକେଟ ଚଳାଉଥିଲେ। ଜିଲ୍ଲାର ବିଭିନ୍ନ ଅଂଚଳରୁ ଦାମୀ ଗ୍ରାହକଙ୍କ ଭିଡ଼ ଲାଗୁଥିଲା କରଞ୍ଜିଆ ଗଡ଼ ସାହିରେ। ଅଭିଯୋଗ ଓ ଭାଇରଲ ଭିଡିଓକୁ ଆଧାର କରି ପୋଲିସ ଚଢ଼ାଉ କରିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com