ଅନ୍ୟାନ୍ୟ

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଧର୍ମଶାଳା, ୦୬/୦୯/୨୦୨୨-    ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତର ଜଣେ ବୃଦ୍ଧ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତିଙ୍କ ନାମ ବଟକୃଷ୍ଣ ସାହୁ।

ଭୋର ସମୟରେ ଫୁଲ ତୋଳିବା ପାଇଁ ବଟକୃଷ୍ଣ ସ୍ଥାନୀୟ ଏକ କଲେଜ ପଡିଆ ନିକଟକୁ ଯାଉଥିଲେ । ଏହି ସମୟରେ ହଠାତ ଭାଲୁଟି ବୃଦ୍ଧଙ୍କୁ ଆକ୍ରମଣ କରିବାରୁ ତାଙ୍କ ହାତ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବୃଦ୍ଧଙ୍କୁ ପ୍ରଥମେ ଦାନଗଦି ମେଡିକାଲ ଏବଂ ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଭାଲୁକୁ କାବୁ କରିବା ପାଇଁ  ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବା ପାଇଁ ଲୋକେ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com