ଅନ୍ୟାନ୍ୟ

ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଧାରଣା

ଆନନ୍ଦପୁର, ୨୫/୧୧/୨୦୨୨-   ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ ୨୩ ତାରିଖ ବୁଧବାର ଦିନ ଆନନ୍ଦପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆ ଯାଇଥିଲା । ଆନନ୍ଦପୁର ବିକାଶ ପରିଷଦର ସଭାପତି ତଥା ଆନନ୍ଦପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ୧୧ଘଟିକା ଠାରୁ ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ ଗଣଧାରଣା ଦିଆ ଯାଇଥିଲା । ୧୯୯୩ ମସିହାରେ ଜିଲ୍ଲା ବିଭକ୍ତିକରଣ କରାଯାଇ ନୂତନ ଭାବେ ୧୭ ଗୋଟି ଜିଲ୍ଲା ଗଠନ କରାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତାରୁ ବାଦ୍ ଦିଆଯାଇଥିଲା । ଯାହାକୁ ନେଇ ଆନନ୍ଦପୁରବାସୀ ନିରାଶ ହୋଇଥିଲେ ।

ଆନନ୍ଦପୁର ସୀମାନ୍ତବର୍ତ୍ତି ଅଞ୍ଚଳ ଜିଲ୍ଲା ସଦରମହକୁମା ଠାରୁ ଦୂରତା ୧୫୦ କି.ମି.ରୁ ଉର୍ଦ୍ଧ୍ବ ରହୁଥିବାରୁ ଜନସାଧାରଣ ବିଭିନ୍ନ ପ୍ରକାର ସେବାରୁ ବଞ୍ଚିତ ହେବାସହ ମାନସିକ ଭାବେ ଅବହେଳିତ ହେଉଛନ୍ତି । ଏହି ସମସ୍ୟାକୁ ନେଇ ରାଜ୍ୟ ସରକାର ତୁରନ୍ତ ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ହେଉଥିବା ବେଳେ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆନନ୍ଦପୁର ଉପ – ଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ପ୍ରଦାନ କରାଯାଇଛି । ଗଣଧାରଣାରେ ବିଜେପି ନେତା ମହେଶ୍ବର ସାହୁ , ଘସିପୁରା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ଭାଜପା ନେତା ପୃଥୁରାଜ କୁଅଁର ,ବରିଷ୍ଠ ନାଗରିକ ପରିଷଦର ସଭାପତି ମହେଶ୍ଵର ମିଶ୍ର , ଆନନ୍ଦପୁର ଓକିଲ ସଙ୍ଘର ସଭାପତି ଦୟାନିଧି ଦାଶ , ସମ୍ପାଦକ ହେମନ୍ତ କୁମାର ମଲ୍ଲିକ , ଆନନ୍ଦପୁର ପୌରପରିଷଦର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇ, ସାମ୍ବାଦିକ ନିରାକାର ଦଳେଇ , ଅଜୟ କୁମାର ସେଠୀ , ଟୁକୁନା ମହାନ୍ତ , ପ୍ରାଣବନ୍ଧୁ ସାହୁ, ସତ୍ୟାନନ୍ଦ ମିଶ୍ର , ଶ୍ରୀନିବାସ ମିଶ୍ର , ନାରୀନେତ୍ରୀ ସୁମତି ଜେନାଙ୍କ ସହ ବହୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଧାରଣାରେ ସାମିଲ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com