ଅନ୍ୟାନ୍ୟ

କଂଗ୍ରେସ ନଥିଲେ ୧୯୮୪ରେ ଶିଖ୍ ହତ୍ୟାକାଣ୍ଡ ହୋଇ ନଥାନ୍ତା କି କଶ୍ମୀରୀ ପଣ୍ଡିତ ପଳାୟନ କରିନଥାନ୍ତେ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋଭସଭାରେ ସିଧାସଳଖ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ କରିବ‌ା ପରେ ଏବେ ରାଜ୍ୟସଭାରେ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଯଦି ୧୯୮୪ରେ କଂଗ୍ରେସ ନ ଥାନ୍ତା, ତେବେ ଶିଖ୍ ହତ୍ୟାକାଣ୍ଡ ହୋଇ ନଥ‌ାନ୍ତା କିମ୍ବା କଶ୍ମୀରୀ ପଣ୍ଡିତ ପଳାୟନ କରିନଥାନ୍ତେ।

ସେ କହିଛନ୍ତି ଯେ, ଯଦି କଂଗ୍ରେସ ନଥାନ୍ତା, ତା’ହେଲେ ଗଣତନ୍ତ୍ର ପରିବାରବାଦରୁ ମୁକ୍ତ ହୋଇଥାନ୍ତା। ଯଦି କଂଗ୍ରେସ ନଥାନ୍ତା, ତେବେ ଭାରତ ବିଦେଶୀ ଆଦର୍ଶକୁ ଦେଖି ଚଳିବା ପରିବର୍ତ୍ତେ ସ୍ୱଦେଶୀ ସଂକଳ୍ପ ପଥରେ ଚାଲିଥାନ୍ତା। ଯଦି କଂଗ୍ରେସ ନଥାନ୍ତା, ତେବେ ଜରୁରୀକାଳୀନ ପରିସ୍ଥିତି ଉପୁଜି ନଥାନ୍ତା। ଦେଶ ଉପରେ ଦୁର୍ନୀତି ଦଶନ୍ଧି ଧରି ଚାଲିନଥାନ୍ତା, ଜାତିଭେଦ ଏବଂ ଆଞ୍ଚଳିକତା ମଧ୍ୟରେ ବ୍ୟବଧାନ ଏତେ ଗଭୀର ହୋଇ ନଥାନ୍ତା, ପଞ୍ଜାବରେ ଶିଖମାନଙ୍କ ହତ୍ୟା ହୋଇନଥାନ୍ତା, ବର୍ଷ ବର୍ଷ ଧରି ପଞ୍ଜାବ ଆତଙ୍କୀ ନିଆଁରେ ଜଳି ନଥାନ୍ତା, କଶ୍ମୀରର ପଣ୍ଡିତମାନେ କଶ୍ମୀର ଛାଡି ନଥାନ୍ତେ, ଦେଶର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ପାଇଁ ଏତେ ବର୍ଷ ଅପେକ୍ଷା କରିବାକୁ ପଡ଼ିନଥାନ୍ତା।

ଗତକାଲି କରୋନା ସଂକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଦାୟୀ କରିଥିବା ବେଳେ ଆଜି ରାଜ୍ୟସଭାରେ ସେ ଦେଶରେ ଘଟିଥିବା ବଡ଼ ବଡ଼ ଅଘଟଣ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com