ଅନ୍ୟାନ୍ୟ

ଭିକ୍ଷା ମାଗିବାକୁ ସୁଯୋଗ ନାହିଁ, ଆମ ଦୁଃଖ ଶୁଣୁନି ବିଏମସି: ଲେପର୍ସ କଲୋନୀ ବାସିନ୍ଦା

ଲେପର୍ସ ବା କୁଷ୍ଠ ରୋଗ । ଯାହାକୁ ବଡ଼ରୋଗ ବୋଲି ଦିନେ କୁହାଯାଉଥିଲା । ଏବେ କିନ୍ତୁ ଏହା ଅସ୍ଥାୟୀ । ସେପେଟ ବିଶ୍ୱରେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିଲେ ମଧ୍ୟ ଏହାକୁ ଏତେ ଭୟ କରିବା ଉଚିତ୍ ନୁହେଁ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି ।

କୃଷ୍ଠ ରୋଗୀଙ୍କ ପାଇଁ ଭେଦଭାବ ସୃଷ୍ଟି ନକରି ସଚେତନତା ସୃଷ୍ଟି କରିବା ଏବଂ ଚିକିତ୍ସା ପାଇଁ ଉତ୍ସାହିତ କରିବା ନେଇ ସରକାର ଅନେକ ଯୋଜନା କରୁଛନ୍ତି । ଏମିତି କି ସେମାନଙ୍କ ରହିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହେଲେ ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ଜଗନ୍ନାଥ ଲେପର୍ସ କଲୋନିରେ ଥିବା ଲେପ୍ରୋଜି ଫ୍ୟାମିଲି ୱେଲଫେୟାର ଆସୋସିଏସନରେ ଥିବା କୁଷ୍ଠ ରୋଗୀମାନେ କିନ୍ତୁ ଏଥିରେ ସନ୍ତୁଷ୍ଟ ନାହାନ୍ତି ।

ସେମାନଙ୍କ ଅଭିଯୋଗ, ଆମେ ରୋଗୀ ଲୋକ କାମ କରିପାରିବୁନି, ତଥାପି ଆମେ କହୁଛୁ ଆମକୁ ସରକାର କାମ ଦିଅନ୍ତୁ ଆମେ କାମକରି ଦି ପଇସା ରୋଜଗାର କରି ଘରଖର୍ଚ୍ଚ ମେଣ୍ଟେଇବୁ । ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ସେମାନେ ରାଜଧାନୀରେ ଭିକ୍ଷା ବୃତ୍ତି କରି ଚଳିଆସୁଥିଲେ, ହେଲେ ସରକାର ରାଜଧାନୀକୁ ଭିକାରୀ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେବାପରେ ସେମାନେ ଭିକ୍ଷା ବୃତ୍ତି କରିପାରୁନାହାନ୍ତି ।

ଯେବେବି ଭିକ ମାଗିବାକୁ ଯାଉଛନ୍ତି ବିଏମସି ସେମାନଙ୍କୁ ଉଠେଇ ନେଇଥିବା କହିଛନ୍ତି । ସେପଟେ ସରକାରଙ୍କ ତରଫରୁ ୫ କେଜି ଚାଉଳ ଏବଂ ୫ ଶହ ଟଙ୍କା କେବଳ ଯୋଗାଇ ଦିଆଯାଉଛି । ଏତିକି ଟଙ୍କାରେ ସେମାନେ ଗୋଟେ ମାସ କେମିତି ଚଳିବେ ବୋଲି ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ସରକାର ସେମାନଙ୍କ ପାଇଁ ସ୍ଥାୟୀ ବନେ୍ଦାବସ୍ଥ କରାଇ ଦେବାକୁ ମଧ୍ୟ କଲୋନିରେ ଥିବା ରୋଗୀ ମାନେ ଦାବି କରିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି କଲୋନିରେ ଥିବା ରୋଗୀମାନେ ।

Related Articles

Back to top button
WP Twitter Auto Publish Powered By : XYZScripts.com