ଅନ୍ୟାନ୍ୟ

ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ

ଭୁବନେଶ୍ୱର, ୨୬/୦୩/୨୦୨୩ –    ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଥରିଲା । ମାତ୍ର ଅଧଘଣ୍ଟା  ବ୍ୟବଧାନରେ ଏହି ଦୁଇଟି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରଥମେ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ୍ରାରେ  ରାତି ୧. ୪୫ ମିନିଟରେ ଥରିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ ହୋଇଛି ।

ସେହିପରି ରାଜସ୍ଥାନ ବିକାନେରରେ ୪.୨ ତୀବ୍ରତାର ଭୂମିକମ୍ପ ହୋଇଛି । ବିକାନେରଠାରୁ ୫୧୬ କିଲୋମିଟର ପଶ୍ଚିମରେ ରହିଛି ଭୂମିକମ୍ପର କେନ୍ଦ୍ରସ୍ଥଳ । ତେବେ ଏହି ଦୁଇ ସ୍ଥାନରେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com