ଅନ୍ୟାନ୍ୟ

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ସିଆଇଡି କ୍ରାଇମବ୍ରାଞ୍ଚ

 ଭୁବନେଶ୍ୱର ୨୦/୧୨/୨୦୨୨ –    ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ସିଆଇଡି କ୍ରାଇମବ୍ରାଞ୍ଚ । ଏନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁର ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ହେବ । ଯେହେତୁ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଥିଲେ ତେଣୁ ତାଙ୍କ ମୃତ୍ୟୁ ସହ ଅନେକ ଦିଗ ଉପରେ ପରଦା ଢାଙ୍କିହେଲା ବୋଲି କହିଛି ବିଜେପି । ସେହିଭଳି କଂଗ୍ରେସ କହିଛି, ଗୋବିନ୍ଦ ଆତ୍ମହତ୍ୟା କରି ନାହାଁନ୍ତି । ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି କହି ବିରୋଧୀ ଦଳମାନେ ଏହାର C.B.I ତଦନ୍ତ ଦାବି କରୁଥିଲେ ।

ଏହା ସହ ଗୋବିନ୍ଦ ମୃତ୍ୟୁ ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଜେଲ D.I.G ଅନସୂୟା ଜେନା ୪ ଦିନ ତଳେ କଣ୍ଟାବାଞ୍ଜି ଜେଲ ଯାଇଥିଲେ । ଜେଲରଙ୍କ ନାଁରେ କିଛି ଅଭିଯୋଗ ଥିବାରୁ D.I.G ଜେଲ ଯାଇଥିବା ଜଣାପଡିଛି । ଜେଲରେ ସ୍ଥିତି ତଦାରଖ ସହ ଅନ୍ୟ ବନ୍ଦୀଙ୍କ ସମେତ ଗୋବିନ୍ଦ ସହ ବି D.I.G କଥା ହୋଇଥିଲେ । ଆଜି J.M.F.C କୋର୍ଟରେ ଗୋବିନ୍ଦକୁ ହାଜର ହେବାକୁ କୁହା ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com