ଅନ୍ୟାନ୍ୟ

ସରସ୍ୱତୀ ଡିଗ୍ରୀ ବିଦ୍ୟାମନ୍ଦିରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, ୧୪/୧୧/୨୦୨୨ –    ସରସ୍ୱତୀ ଡିଗ୍ରୀ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ପରିସରରେ ଜାତୀୟ ଶିକ୍ଷା ଦିବସ ପରିପ୍ରେକ୍ଷୀରେ ଶୁକ୍ରବାର  ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ଉପାଦେୟ ଏବଂ ମୂଲ୍ୟବାନ ଉଦ୍ଭିଦଚାରା ପରିସର ମଧ୍ୟରେ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସବୁ ସମ୍ମାନ ବିଭାଗର ୪୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରାୟୋଜିତ ଯଥା ଓଡିଶା ପରିବେଶ ସମିତି ସହଯୋଗିତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗ ଦେଇଥିଲେ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ କେ.ସି.ସାହୁ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ପ୍ରଫେସର ମଳୟ କୁମାର ମିଶ୍ର,ଓଡିଶା ପରିବେଶ ସମିତିର ଆଜୀବନ ସଦସ୍ୟ ସୁକାନ୍ତ ପଟ୍ଟନାୟକ, ଓଡିଶା ପରିବେଶ ସମିତିର ସଦସ୍ୟ ପ୍ରହ୍ଲାଦ ମିଶ୍ର, ପ୍ରଫେସର ବି.ଏସ୍.ପାତ୍ର, ମନୋଜ କୁମାର ପାତ୍ର, ଜିଲ୍ଲା ଇକୋ-କ୍ଲବ ସଂଯୋଜକ ଡକ୍ଟର ଶଙ୍କର ନାରାୟଣ ବେଜ, ଗୋପାଳପୁର ବନ୍ଦରର କନିଷ୍ଠ ଯନ୍ତ୍ରୀ ସିଦ୍ଧାର୍ଥ ରଥ ଏବଂ ସରୋଜ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।ମହାବିଦ୍ୟାଳୟରଅଧ୍ୟକ୍ଷ ଡ଼.ସୁବ୍ରତ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟର ଇକୋ-କ୍ଲବରୁ ଜଟେଶ୍ୱର କର,ସ୍କାଉଟ୍ ବିଭାଗରୁ ସ୍କାଉଟ୍ ମାଷ୍ଟର ବ୍ରଜକିଶୋର ଦାଶ ଏବଂ ଗାଇଡ଼ ବିଭାଗରୁ ଗାଇଡ଼ କ୍ୟାପଟାନ୍ ଶ୍ରୀମତୀ ପୂର୍ଣ୍ଣିମା ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସରସ୍ୱତୀ ଡିଗ୍ରୀ ଵିଦ୍ୟାମନ୍ଦିର ପରିଚାଳନା କମିଟିର ସମ୍ପାଦକ ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ଉପଦେଷ୍ଟା ନରସିଂହ ଚୌଧୁରୀ, ହରେକୃଷ୍ଣ ପାଢ଼ୀ,ଅଧ୍ୟକ୍ଷ ଏସ୍. ମୋହନ ରାଓ, ପ୍ରଧାନଚାର୍ଯ୍ୟ ଉମାଧଵ ମହାନ୍ତି, ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com