ଅନ୍ୟାନ୍ୟ

ନଦୀରେ ଭାସିଗଲେ ୩ ଯୁବକ

ପାଟକୁରା, ୦୨/୧୨/୨୦୨୨-  ନଦୀରେ ଭାସିଗଲେ ୩ ଯୁବକ । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ । ଚିତ୍ରୋତ୍ପଳା ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା । ୩ ଜଣଙ୍କ ମଧ୍ୟରୁ ୨ ଯୁବକଙ୍କୁ ଉଦ୍ଧାର କରାଯାଇଛି । ୨ ଉଦ୍ଧାର ଯୁବକଙ୍କୁ ଚିକିତ୍ସା ପାଇଁ ପାଟକୁରା ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି । ଅନ୍ୟଜଣେ ଭାସି ଯାଇଥିବା ଯୁବକ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ଯୁବକଙ୍କ ହେଉଛନ୍ତି ଭାଟପଡ଼ା ଗାଁର ଶୁଭମ୍ ଶଙ୍କର ମହାରାଜ ।

Related Articles

Back to top button
WP Twitter Auto Publish Powered By : XYZScripts.com