Breaking NewsFeaturedରାଜନୀତି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କାହିଁକି ଅଯୋଧ୍ୟା ଯିବେନି, ଦେଖନ୍ତୁ ।

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ହେବ ଉଦଘାଟନ । ଏନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ହାତରେ ଆଉ କମ ଦିନ ଥିବାରୁ ଶେଷ ସ୍ପର୍ଷ ଦେବାରେ ବ୍ୟସ୍ତ କାରିଗର । ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ ମୋଦି । ଏବଂ ସେ ହିଁ ସ୍ଥାପନ କରିବେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମା । ତେଣୁ ଏହି ଭବ୍ୟ ସମାରୋହରେ ଯୋଗଦେବା ପାଇଁ ସମସ୍ତଙ୍କୁ ଦିଆଯାଉଛି ନିମନ୍ତ୍ରଣ । ଶାସକ ଦଳର ନେତାଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା, ଦେଶର ବିଭିନ୍ନ ବ୍ୟକ୍ତି ବିଶେଷ, ଶିଳ୍ପପତି, ସେଲିବ୍ରେଟି, ସାଧୁସନ୍ଥ ଆଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏପରିକି ଶ୍ରମିକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି । ସେହିପରି ବିରୋଧୀ ଦଳର ଅନେକ ନେତାଙ୍କୁ କରାଯାଇଛି ନିମନ୍ତ୍ରଣ ।

ତେବେରାମନମନ୍ଦିର ପ୍ରତିଷ୍ଠା ପାଇଁ ବିଜେପି କାହିଁକି ନିମନ୍ତ୍ରଣ ଦେବ ବୋଲି ଅନ୍ୟ ରାଜନୈତିକ ଦଳ ଗୁଡିକ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ବିବାଦ ବି ମୁଣ୍ଡଟେକିଛି । ଏହି କ୍ରମରେ ମୋଦିଙ୍କୁ ବି ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଏହି ସମାରୋହରେ ସାମିଲ ହେବେନି ବୋଲି ସିଧା ସିଧା ମନା କରିଦେଇଛନ୍ତି । ପ୍ରତିଷ୍ଠା ଉତ୍ସବକୁ ବଏକଟ କରିଛି ଟିଏମସି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ରାଜନୈତିକ ଏଜେଣ୍ଡାକୁ ଆକର୍ଷିତ କରିବାକୁ ଏଭଳି ନାଟକ କରୁଛି ବୋଲି କହିଛନ୍ତି ଦିଦି । ତେଣୁ ଟିଏମସି ଏଥିରୁ ଦୁରେଇ ରହିବାକୁ ଉଚିତ ମନେ କରୁଥିବା ମମତା ସ୍ପଷ୍ଟ ବୟାନ ଦେଇଛନ୍ତି ।

ତେବେ ମମତାଙ୍କ ବ୍ୟତୀତ ଅନ୍ୟ ବିରୋଧୀ ନେତା ଏବେ ଯାଏ ସ୍ପଷ୍ଟ ବୟାନ ଦେଇନାହାନ୍ତି କି , କେଉଁମାନେ ଆଯୋଧ୍ୟା ଯିବେ ଆଉ କିଏ ଯିବେନି । କିନ୍ତୁ ଏହା ଗୋଟେ ପ୍ରକାର ସ୍ପଷ୍ଟ ଯେ, ବିରୋଧୀ ବର୍ତମାନ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁୁଥିବା ବେଳେ ପ୍ରଭୁ ରାମଙ୍କୁ ନେଇ ବୟାନ ବାଜି ଆରମ୍ଭ ହୋଇଯାଇଛି । ଏପରିକି କର୍ଣ୍ଣାଟକ କଂଗ୍ରେସ ନେତା ଏହି ପ୍ରତିଷ୍ଠା ଉତ୍ସବକୁ ପୁଲୱାମା ଆଟାକ୍ ଓ ସିଦ୍ଧରମେୟାଙ୍କୁ ପ୍ରଭୁ ଶ୍ରୀରାମଙ୍କ ସହ ତୁଳନା କରିବା ପରେ ତୀବ୍ର ହୋଇଛି ରାଜନୀତି ।

Related Articles

Back to top button
WP Twitter Auto Publish Powered By : XYZScripts.com