ଅନ୍ୟାନ୍ୟ

ରାଜଧାନୀ ରେ ଗଣଦୁଷ୍କର୍ମ

ରୁମ୍ ଦେବେ କହି ମହିଳାଙ୍କୁ ଗଣବଳାତ୍କାର କରିଲେ ସିକ୍ୟୁରିଟି ଗାର୍ଡ। ଏଭଳି ଏକ ଲୋମହର୍ଷକାରୀ ଘଟଣା ଭୁବନେଶ୍ୱର ସ୍ଥିତ ରାମମନ୍ଦିର ପାଖରେ ଥିବା ଏକ ବ୍ୟାଙ୍କ ବେସମେଣ୍ଟରେ ଘଟି ଯାଇଛି। ପୀଡିତା ଜଣକ କଟକ ଅଞ୍ଚଳର ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାଇ ଗତ ନଭେମ୍ବର ୩୦ ତାରିଖ ରାତିରେ ଯୁବତୀ ଜଣକ ନିଜସ୍ୱ କିଛି କାମ ପାଇଁ ଭୁବନେଶ୍ବର କୋର୍ଟ ଆସିଥିଲେ। କାମ ସରୁ ସରୁ ବିଳମ୍ବିତ ରାତି ହୋଇ ଯିବାରୁ ସେ ନିଜ ଘରକୁ ଫେରି ପାରିନଥିଲେ। ରାତିରେ ସେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ପାଖରେ ଆଶ୍ରୟ ନେଉଥିବା ବେଳେ କାଳିଆ ନାମକ ଜଣେ ବ୍ୟକ୍ତି ଦେଖା ହୋଇଥିଲେ।

ମୁଖ୍ୟ ଅଭିଯୁକ୍ତ କାଳିଆ ନିକଟସ୍ଥ ଏକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ବେଳେ ପୀଡିତାଙ୍କୁ ରାତିରେ ରହିବା ପାଇଁ ରୁମ୍ ଦେବେ ବୋଲି କହିଥିଲେ। ଯୁବତୀ ଜଣକ ଅଭିଯୁକ୍ତ ଉପରେ ବିଶ୍ୱାସ କରି ସେଠାରୁ ଚାଲି ଆସିଥିଲେ। ତେବେ, କାଳିଆ ଏବଂ ତାର ଆଉ ଜଣେ ସହଯୋଗୀର ଇରାଦା ଆଉ କିଛି ରହିଥିଲା।

କାଳିଆ ଓ ତାର ଆଉ ଏକ ସହଯୋଗୀ ମିଶି ଯୁବତୀଙ୍କୁ ବ୍ୟାଙ୍କ ବେସମେଣ୍ଟ ମଧ୍ୟରେ ଗଣବଳାତ୍କାର କରିଥିଲେ। ସକାଳ ହେବାପରେ ବଳାତ୍କାରର ଶିକାର ହୋଇଥିବା ଯୁବତୀ ଜଣକ ଏଥିନେଇ ପୋଲିସ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com