ଅନ୍ୟାନ୍ୟ

ଭାଇରାଲ ହେଲା ବୃଦ୍ଧଙ୍କ ଡ଼ାନ୍ସ ଭିଡ଼ିଓ

କେବେ ଜଣେ ବୃଦ୍ଧଙ୍କୁ ଖୁଲମ ଖୁଲା ମସ୍ତିରେ ନାଚୁଥିବାର ଦେଖିଛନ୍ତି କି? ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ ନିଶ୍ଚିତ । ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କର ମଜାଳିଆ ଶୈଳୀରେ ଡ଼ାନ୍ସ କରି ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କର ପ୍ରଶଂସକ ବନାଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ବୃଦ୍ଧ, ଟୋପି, ନୀଳ ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଇଛି । ସେ ବ୍ରିଟେନର ସାଉଥପୋର୍ଟର ଏକ ରାସ୍ତାରେ ନାଚୁଛନ୍ତି, ଯେପରି ସେ ଦୁନିଆର କାହାରି ବିଷୟରେ ଚିନ୍ତା କରନ୍ତି ନାହିଁ । ସେ ମୈକାରେନା ଏବଂ ମାଇକେଲ ଜ୍ୟାକସନଙ୍କ ଥ୍ରୀଲର ସହିତ ଅନେକ ଗୀତରେ ଡ଼ାନ୍ସ କରିଛନ୍ତି । ବୃଦ୍ଧ ଜଣକ ଶେଷରେ ଶାକିରାଙ୍କ ‘ୱାକା ୱାକା’ ଏବଂ ବିୟୋନ୍ସଙ୍କ କ୍ରେଜି ଇନ୍ ଲବ୍’ ଉପରେ ଡ଼ାନ୍ସ ମଧ୍ୟ କରିଥିଲେ । ତାଙ୍କର ନୃତ୍ୟ ଷ୍ଟାଇଲିସ୍ କୌଣସି ଯୁବ ନୃତ୍ୟଶିଳ୍ପୀଙ୍କଠାରୁ କମ୍ ନୁହେଁ । ଏହାକୁ ୨.୩ ମିଲିୟନ୍ ଥର ଦେଖାଯାଇଛି ଏବଂ ୧୦୦k ଲାଇକ୍ ମିଳିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com