ଅନ୍ୟାନ୍ୟ

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି କେନ୍ଦ୍ର ! ଅଳ୍ପକେ ବର୍ତ୍ତିଗଲେ କୁନି କୁନି ପିଲା

ଭୁବନେଶ୍ୱର: ଜଳିଗଲା ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ରର ରୋଷେଇ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ପିଲାଙ୍କ ପାଇଁ ରୋଷେଇ ଚାଲିଥିବା ବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ଅଙ୍ଗନବାଡି କେନ୍ଦ୍ରରେ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ପାଚିକା ନିଜର ଉପସ୍ଥିତ ବୁଦ୍ଧି ବଳରେ ପିଲାମାନଙ୍କୁ କେନ୍ଦ୍ର ବାହାରକୁ ନେଇଆସିଥିଲେ । ପରେ ଗ୍ୟାସ ଟାଙ୍କିଟିରେ ବିସ୍ପୋରଣ ହୋଇଥିଲା । ହେଲେ ସମସ୍ତେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com