ଅନ୍ୟାନ୍ୟ

ବ୍ୟାସନଗର SENCO ଜୁଏଲାରୀ ଲୁଟ୍ ଘଟଣାରେ ଦୁର୍ବୃତ୍ତଙ୍କ ଫଟୋ ଜାରି କଲା ପୁଲିସ

ଯାଜପୁର ପୁଲିସ୍ ଦେଲା ଅଫର୍

ଯାଜପୁର: ଅପରାଧୀ ଯେତେ ଚାଲାକ ହେଲେବି କେଉଁଠିନା କେଉଁଠି କିଛି ପ୍ରମାଣ ନିଶ୍ଚୟ ଛାଡ଼ିଥାଏ । ଆଉ ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି ଯାଜପୁରରେ । ଘଟଣାନୁସାରେ ଯାଜପୁର ଜିଲ୍ଲା ବ୍ୟାସନଗର ଦଳା ଛକ ନିକଟରେ ସେନକୋ ଜୁଏଲାରୀରୁ ଗତକାଲି ଏକ ବଡ ଧରଣର ଚୋରି ହୋଇଥିଲା । ୭ ଜଣ ଡକାୟତ ପ୍ରାୟ ୧୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସୁନା , ରୁପା, ହୀରା, ପ୍ଲାଟିନମ ଅଳଙ୍କାର ଚୋରି କରିଥିଲେ।

ପ୍ରମାଣ ନଷ୍ଟ ପାଇଁ ଦୋକାନରେ ଲାଗିଥିବା ସିସିଟିଭି ଏବଂ ଏହାର ହାର୍ଡଡିସ୍କକୁ ଭାଙ୍ଗି ଦେଇଥିଲେ ଚୋର । ହେଲେ ସୁରକ୍ଷିତ ଭାବେ ରହିଯାଇଥିବା ଅନ୍ୟ ଏକ ହାର୍ଡଡିସ୍କରୁ ସେମାନଙ୍କର ଫଟୋ ମିଳିଥିଲା । ଏହି ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ଏକ ଚୋରି ମାମଲାର ଜଣେ ଅଭିଯୁକ୍ତ ରହିଥିବା ଫଟୋରୁ ସନେ୍ଦହ କରୁଛି ପୁଲିସ ।

ଏହାଛଡା ସିସିଟିଭିରେ ଦେଖାଯାଉଥିବା ଯୁବକ ଜଣଙ୍କ ବାରମ୍ବାର ସେହି ଶୋ’ରୁମକୁ ଆସିଥିବା ଜଣାପଡ଼ିଛି । ଏସବୁ ତଥ୍ୟକୁ ଆଧାର କରି ଯାଜପୁର ଏସପିଙ୍କ ନିଦେ୍ର୍ଦଶରେ ୮ ଜଣିଆ ଟିମ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଅନ୍ୟପଟେ ଏହି ମାମଲାର ସମାଧାନ ପାଇଁ ପୁଲିସ ଲୋଡ଼ିଛି ଜନସାଧାରଣଙ୍କ ସହଯୋଗ । ସିସିଟିଭିରେ ରହିଥିବା ଫଟୋକୁ ଜାରି କରିବା ସହିତ ଏମାନଙ୍କ ସନ୍ଧାନ ମିଳିଲେ ପୁଲିକୁ ଜଣାଇବାକୁ କୁହାଯାଇଛି । ସୂଚନାଦାତାଙ୍କ ନାମ ଏବଂ ପରିଚୟ ଗୋପନ ରଖାଯିବା ସହ ପୁରସ୍କାର ଦିଆଯିବ ବୋଲି ଯାଜପୁର ପୁଲିସ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com