ଅନ୍ୟାନ୍ୟ

DNA ପରିବର୍ତ୍ତନ କରି ସୁପ୍‌ର ସୈନିକ ତିଆରି କରୁଛି ଚୀନ୍‌

ଭୁବନେଶ୍ୱର ୨୦/୧୨/୨୦୨୨ –   ଚୀନ୍‌ ମନୁଷ୍ୟର DNA ପରିବର୍ତ୍ତନ କରି ସୁପ୍‌ର ସୈନିକ ତିଆରି କରୁଛି । ଏପରି ଦାବି କରିଛି  ଆମେରିକା । ଆମେରିକାର ଏହି ଦାବିକୁ ବ୍ରିଟେନ ମଧ୍ୟ ସମର୍ଥନ କରିଛି । ଆମେରିକା ଗୁଇନ୍ଦା ଅନୁଯାୟୀ, ଚୀନ୍‌ ୨୦୨୦ରୁ ଏହି ‘କ୍ରିସପର’ ଜ୍ଞାନକୌଶଳ ସାହାଯ୍ୟରେ ସୁପ୍‌ର ସୈନିକ ତିଆରି ଆରମ୍ଭ କରିଛି । ଏଥିପାଇଁ ଚୀନ୍‌ ସୈନିକଙ୍କ DNA ନମୁନା ନିଆଯାଉଛି । ଏହି DNA ପରିବର୍ତ୍ତନ କରି ଦୁର୍ଦ୍ଦଶ ସୁପ୍‌ର ସୈନିକ ସୃଷ୍ଟି କରାଯାଉଛି । ଏହି ସୈନିକ ମାନଙ୍କୁ ଭୋକଶୋଷ ହେବନି କି କେବେ ରୋଗରେ ପଡିବେନି । ଏମାନଙ୍କ ଉପରେ ଜୈବିକ ଅସ୍ତ୍ରର କୌଣସି ପ୍ରଭାବ ମଧ୍ୟ ପଡିବ ନାହିଁ । ରସାୟନିକ ଯୁଦ୍ଧରେ ମଧ୍ୟ ଏହି ସୈନିକଙ୍କୁ ମାତ୍‌ ଦେଇ ହେବନାହିଁ । ସଠିକ୍‌ ଲକ୍ଷ୍ୟଭେଦ କରିପାରିବେ। ଏହି ସୈନିକ ଅନିଦ୍ରା ରହି ଅନବରତ ଯୁଦ୍ଧ ଲଢ଼ିପାରିବେ । ମନୁଷ୍ୟ ଭଳି ବଶବର୍ତ୍ତୀ ହେବେନାହିଁ । ଅଧିକ ଦୁର୍ଦ୍ଦଷ ଏବଂ ନିଷ୍ଠୁର ହେବେ ।

ପ୍ରଥମେ ୨୦୧୨ରେ ଫ୍ରାନ୍ସର ୨ ମହିଳା ବୈଜ୍ଞାନିକ ଇମାନୁଏଲ ସାର୍ପୋଟିଏ ଏବଂ ଜେନିଫର ଡାଡନା ମିଳିତ ଭାବେ ‘କ୍ରିସପର’ ଜ୍ଞାନକୌଶଳ ସନ୍ଧାନ କରିଥିଲେ। ସେମାନେ ଦାବି କରିଥିଲେ ଯେ ଏହା ମାଧ୍ୟମରେ ମନୁଷ୍ୟ DNA ବଦଳାଇ ମନଇଚ୍ଛା ଶିଶୁ ଜନ୍ମ କରିହେବ ।  ଏହି ‘କ୍ରିସପର’ ଜ୍ଞାନକୌଶଳ ଚୀନ୍‌ ପୂର୍ବରୁ ଆମେରିକା ୨୦୧୪ରେ ଏହି ଜ୍ଞାନକୌଶଳରେ ଉପରେ କାମ ଆରମ୍ଭ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com