ଅନ୍ୟାନ୍ୟ

ଋଷ-ୟୁୁକ୍ରେନ୍ ଯୁଦ୍ଧକୁ ପୂରିଲା ୩୦୦ ଦିନ

ଭୁବନେଶ୍ୱର ୨୦/୧୨/୨୦୨୨ –   ଋଷ- ୟୁୁକ୍ରେନ୍ ଯୁଦ୍ଧକୁ ପୂରିଲା ୩୦୦ ଦିନ । ହଜାର ହଜାର କୋଠା, ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା ନଷ୍ଟ ହୋଇଗଲାଣି । ଉଭୟ ପକ୍ଷର ଲକ୍ଷାଧିକ ଲୋକ ଓ ସୈନ୍ୟଙ୍କର ମୃତ୍ୟୁ ଘଟିଥିବାବେଳେ ସହସ୍ରାଧିକ ଲୋକ ଯୁଦ୍ଧବନ୍ଦୀ ହୋଇଛନ୍ତି । ବହୁ ପାୱାରଗ୍ରୀଡ ଧ୍ୱଂସ ହେବାରୁ ୟୁକ୍ରେନର ଅନେକ ସହର ଅନ୍ଧାର ଭିତରେ ରହିଛି । ହେଲେ ସରି ନାହିଁ ହାର୍ ଜିତର ହିସାବ । ଅମୀମାଂସିତ ଅବସ୍ଥାରେ ଜାରି ରହିଛି ଯୁଦ୍ଧର ଗତି । ଋଷ ଓ ୟୁକ୍ରେନ ମଧ୍ୟରେ ଟକରାଟକରି ଚାଲିବା ସହ ରକ୍ତମୁଖା ଆକ୍ରମଣ ଜାରି ରହିଛି । ଗତ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରୁନି । ପ୍ରାୟ ୭୦ ଲକ୍ଷ ୟୁକ୍ରେନୀୟ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପଡୋଶୀ ରାଷ୍ଟ୍ରରେ ଶରଣ ନେଇଛନ୍ତି । ହେଲେ ଋଷ ଆସନ୍ତାବର୍ଷରୁ ୟୁକ୍ରେନ ବିରୋଧରେ ଭୟାନକ ଆକ୍ରମଣ କରିବାର ଷଡଯନ୍ତ୍ର ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com