ଅନ୍ୟାନ୍ୟ

ସେଣ୍ଟ୍ରୋଲ ମେକ୍ସିକୋରେ ବଡ ଅଘଟଣ, ଗୁଳିମାଡରେ ୧୯ ମୃତ

ନୂଆଦିଲ୍ଲୀ : ସେଣ୍ଟ୍ରାଲ ମେକ୍ସିକୋରେ ରବିବାର ବଡ ଅଘଟଣା ଘଟିଛି। ଗୁଳିମାଡରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଷ୍ଟେଟ୍ ଆଟର୍ଣ୍ଣି ଜେନେରାଲ ଅଫିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମେକ୍ସିକୋର ମିକୋଆକାନ ରାଜ୍ୟର ଲାସ ତିନାଜାସ ଟାଉନରେ ଏହି ଘଟଣା ଘଟିଛି। ସେଣ୍ଟ୍ରୋଲ ମେକ୍ସିକୋ ଡ୍ରଗ ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି ପାଇଁ ଅପଖ୍ୟାତି ଅର୍ଜନ କରିଛି।
ମୃତକ ୧୯ ଜଣଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି। ଏଥିସହ ଏହି ଗୁଳିକାଣ୍ଡରେ ଅନେକ ଆହତ ହୋଇଛନ୍ତି।  ଗୁଳିମାଡରରେ ସାମିଲ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ଥାନୀୟ ପୋଲିସ ତଦନ୍ତ ଚଳାଇଛି। ମିକୋଆକାନ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଏହି ଗୁଳିମାଡ ଘଟଣାର କାରଣ ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ। ତେବେ
ସୂଚନାଯୋଗ୍ୟ, ମେକ୍ସିକୋର ସବୁଠୁ ଦୁଇ ଅଶାନ୍ତ ରାଜ୍ୟ ହେଉଛି ମିକୋଆକାନ ଏବଂ ଏହାର ପଡୋଶଶୀ ଗୁଆନଜୁଆଟୋ। ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଏଠାରେ ଡ୍ରଗ୍ସ ଏବଂ ଅପରାଧିକ କାର୍ଯ୍ୟକଳାପ ପାଇଁ ସର୍ବଦା ସଂଘର୍ଷ ଲାଗି ରହିଥାଏ। ପ୍ରତିଶୋଧ ନେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ଥର ଗୁଳିମାଡ ଘଟି ସାରିଛି। ଗତ ମାସରେ ସଶସ୍ତ୍ର ବଳ ଏବଂ ଗ୍ୟାଙ୍ଗ ମଧ୍ୟରେ ଗୁଳିମାଡରେ ୧୭ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com