ଅନ୍ୟାନ୍ୟ

ବିଷ ଖାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର, ୧୮/୦୮/୨୦୨୨-    ବ୍ରହ୍ମପୁର ନିକଟସ୍ଥ ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର–ବଡ କୁଶସ୍ଥଳୀ ରାସ୍ତାରୁ ଏକ ପ୍ରେମୀ ଯୁଗଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଭୟଙ୍କୁ ମଙ୍ଗଳବାର ସନ୍ଧ୍ୟା ୮ଟା ବେଳେ ନରେନ୍ଦ୍ରପୁର ନିକଟରେ ଥିବା ଏକ ରାଡର ତଳେ ଜଣେ ପୁଅ ଓ ଝିଅ ତଳେ ପଡ଼ି ଛଟପଟ ହେଉଥିବା ସେହି ଅଞ୍ଚଳର ଜଣେ ଅଟୋ ଚାଳକ ଦେଖିଥିଲେ । ପାଖକୁ ଯାଇ ଦେଖିବା ପରେ ପୁଅ ଜଣଙ୍କ ନରେନ୍ଦ୍ରପୁର ନିକଟ ଲକ୍ଷ୍ମୀପୁର ଗ୍ରାମର ସୁନୀଲ ସେଠୀ ଓ ୧୭ ବର୍ଷୀୟ ଝିଅଟି ନରେନ୍ଦ୍ରପୁର ହାଟର ବୋଲି ଅଟୋ ଚାଳକ ଚିହ୍ନି ପାରିଥିଲେ । ଘଟଣା ସମ୍ପର୍କରେ ଅଟୋଚାଳକ ଜଣଙ୍କ ସୁନୀଲଙ୍କ ପରିବାରକୁ ଖବର ଦେଇଥିଲେ । ସୁନୀଲଙ୍କ ଭାଇ ଓ ବାପା-ମାଆ ସେଠାରେ ପହଞ୍ଚି ଉଭୟ ସୁନୀଲ ଓ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ରହିଥିବା ବେଳେ ଚିକିତ୍ସା ଜାରି ରହିଛି । ସୁନୀଲ ଓ ସଂପୃକ୍ତ ନାବାଳିକା ମଧ୍ୟରେ କିଛି ବର୍ଷ ହେବ ସମ୍ପର୍କ ରହିଥିଲା । ଆଜି ସନ୍ଧ୍ୟାରେ ସେମାନେ ଏକ ସ୍କୁଟି ଯୋଗେ ରାଡାର ନିକଟକୁ ଆସିବା ପରେ ସେଠାରେ ବିଷ ପାନ କରିଥିଲେ । କିଛି ସମୟ ପରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ । ତେବେ ସେମାନେ କେଉଁ କାରଣରୁ ବିଷୟ ପିଇଲେ ତାହା ଜଣାପଡ଼ି ନାହିଁ l ଏପଟେ ମେଡିକାଲରେ ଉପସ୍ଥିତ ଥିବା ସୁନୀଲଙ୍କ ପରିବାର ଲୋକେ ସଂପୃକ୍ତ ନାବାଳିକାଙ୍କୁ ଜାଣିନଥିବା କହିଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି l

Related Articles

Back to top button
WP Twitter Auto Publish Powered By : XYZScripts.com