ଅନ୍ୟାନ୍ୟ

ରାଜଧାନୀର ସବୁ ସ୍ଥାନରେ ଖୋଲି ହେବନି ବାଣ ଦୋକାନ

ଭୁବନେଶ୍ୱର, ୧୪/୧୦/୨୦୨୨-   ଚଳିତ ଦୀପାବଳୀରେ ରାଜଧାନୀର ସବୁ ସ୍ଥାନରେ ଖୋଲି ହେବନି ବାଣ ଦୋକାନ । ଏଥର ବାଣ ବିକ୍ରି ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୋ ଅବଜେକସନ ସାର୍ଟିଫିକେଟ ପ୍ରଦାନ କରାଯିବ । ଏଥିପାଇଁ ୩ଟି ଜୋନାଲ ଅଫିସରେ ବ୍ୟବସ୍ଥା କରାଯାଇଛି । ଇଚ୍ଛୁକ ବାଣ ବେପାରୀମାନେ ନିଜ ନିଜ ଜୋନରେ ଆସୁଥିବା ଅଧିକାରୀଙ୍କ ଆବେଦନ କରି ଅନୁମତି ନେବାକୁ ପଡିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

୧ରୁ ୨୧ ନମ୍ବର ୱାର୍ଡର ବାଣ ବ୍ୟବସାୟୀମାନେ ବାଣ ବିକ୍ରି ପାଇଁ ଉତ୍ତର ଜୋନ ଅଫିସରେ ଆବେଦନ କରିବେ । ସେହିପରି ୧୫ ନମ୍ବର ୱାର୍ଡ, ୨୨ ରୁ ୨୫ ନମ୍ବର , ୨୭ ନମ୍ବର, ୩୭ରୁ ୩୯, ୪୬ ରୁ ୫୨ ଏବଂ ୬୨ ରୁ ୬୫ ନମ୍ବର ୱାର୍ଡର ବ୍ୟବସାୟୀମାନେ ୱାର୍ଡର ବେପାରୀମାନେ ଦକ୍ଷିଣ-ପଶ୍ଚିମ ଜୋନ ଅଫିସରୁ ଅନୁମତି ଆଣିବେ । ଅନ୍ୟ ୱାର୍ଡର ବେପାରୀମାନେ ଦକ୍ଷିଣ-ପୂର୍ବ ଜୋନ ଅଫିସରେ ଆବେଦନ କରିପାରିବେ ।

ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ନୂଆ ପଦକ୍ଷେପ ନେଇଛି । ଏଥିପାଇଁ ବିଏମସି ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । କେଉଁ କେଉଁ ଜାଗାରେ ବାଣ ଦୋକାନ ଖୋଲାଯିବ ସେନେଇ ସ୍ଥାନ ଚିହ୍ନଟ କରିବ ବିଏମସି । ଦୋକାନୀଙ୍କର ବାଣି ବିକ୍ରି ନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଏନଓସି ଜାରି କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com